ଭୁବନେଶ୍ବର,୧୨।୦୮ : କରୋନାକୁ ଦୃଷ୍ଟିରେ ରଖି ଗଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି ଓ ରାଉରକେଲାରେ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିଛି । ତେବେ ଅଗଷ୍ଟ 15ତାରିଖ ଦିନ କିଛି ଘଣ୍ଟା ପାଇଁ କୋହଳ ରହିବ ସପ୍ତାହାନ୍ତ ସଟ୍ଡାଉନ୍ । ଅଗଷ୍ଟ 15ରେ 11ଟା ପର୍ଯ୍ୟନ୍ତ ସଟ୍ଡାଉନ୍ କଟକଣା କୋହଳ ରହିବ ବୋଲି ସୂଚନା ରହିଛି । ଏହି ସମୟରେ ସର୍ତ୍ତମୂଳକ ଭାବେ ପତାକା ଉତ୍ତୋଳନ ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ସ୍ଥାନରେ 10ରୁ ଅଧିକ ଲୋକେ ଏକାଠି ନହେବାକୁ ନିର୍ଦ୍ଦେଶ ରହିଛି । ସେହିପରି ସାମାଜିକ ଦୂରତ୍ବ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।