ବାଣପୁର, ୦୯/୦୮: ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟି ଏକ ପୁରାତନ ପ୍ରତିଷ୍ଠାନ ହୋଇଥିବାବେଳେ ଏକ ଜନ ବହୁଳ ବିରାଟ ଅଞ୍ଚଳର ଆଶା ଭରସା ଅଟେ । ବାଣପୁର ଅଞ୍ଚଳର ଗାରିମା ମଜବୁତ ଥିବା ବେଳେ ଏଠାକାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଅତି ଦୁର୍ବଳ । ଏହି ଡାକ୍ତରଖାନାରେ ଜନସାଧାରଣଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ନାମକୁ ମାତ୍ର ଚିକିସ୍ଥା ଚାଲିଛି । ଏହିଠାରେ ବହୁ ବରିଷ୍ଠ ଡାକ୍ତର କାର୍ଯ୍ୟରତ ଥିବା ବେଳେ ଜଣେ କନିଷ୍ଠ ଡାକ୍ତର ସୁପରିଟେଣ୍ଡେଣ୍ଟ ତଥା ମେଡିକାଲ ଅଫିସର ଦାୟିତ୍ୱକୁ କାମୁଡି ଧରି ଉପରମହଲରେ ପଲ୍ଲା ଭାରିରଖିଛନ୍ତି । ବାଣପୁର ସିଏଚସିର ମେଡିକାଲ ଅଫିସର (ସୁପରିଟେଣ୍ଡେଣ୍ଟ) କାର୍ଯାଳୟ ମୁଖ୍ୟାଳୟରେ ସପ୍ତାହକୁ ପାଞ୍ଚ ଦିନ ଅନୁପସ୍ଥିତ ରହୁଛନ୍ତି । ଯଦ୍ୱାରା ଡାକ୍ତରଖାନା ପରିଚାଳନରେ ଶାନ୍ତି ଶ୍ରୁଙ୍ଖଳାରେ ଅଭାବ ରହୁଛି । ବର୍ତ୍ତମାନ ଡାକ୍ତର ମାନଙ୍କୁ କରୋନା ଯୋଦ୍ଧା ନିଆଯାଇ ବିଭିନ୍ନ ପ୍ରକାର ପ୍ରୋତ୍ସାହନା ଦିଆଯାଉଥିବା ବେଳେ କରୋନା ଭୟରେ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା କରୁନାହାନ୍ତି, ହାତ ମାରୁନାହାନ୍ତି ଓ ବ୍ଲଡ ପ୍ରେସର ଇତ୍ୟାଦିର ମାପଚୁପ କରୁନାହାନ୍ତି , ରୋଗୀର ପାଖରୁ ଚିକିତ୍ସା କରୁନାହାନ୍ତି । ଏହି ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ ହେଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । କ୍ରମଶଃ ବାଣପୁର ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଜନସାଧାରଣ ଅତିଷ୍ଠ ହୋଇଗଲେଣି । ରାଜ୍ୟ ସରକାରଙ୍କର 5ଟି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଚାଲିଥିବାବେଳେ ବାଣପୁରରେ ଏହା ଫେଲ ମାରିଛି । ଲୋକଙ୍କ ମନରେ 5ଟି ଅର୍ଥ ଏକ ପ୍ରହସନ ବୋଲି ମନେ କରାଯାଉଛି ।