ବାଣପୁର,୦୮/୦୮: ବାଣପୁର ଅଞ୍ଚଳରେ ଆସନ୍ତା ୧୧.୦୮.୨୦ ଠାରୁ ୧୪.୦୮.୨୦ ପର୍ଯ୍ୟନ୍ତ ସଟଡାଉନ କରିବା ନିମନ୍ତେ ବାଣପୁର ପ୍ରଶାସନର ଅନୁରୋଧରେ ଉପଜିଲ୍ଲାପାଳଙ୍କ ଅନୁମୋଦନ ମିଳିଛି, ଏହି ସମୟ ସୀମା ମଧ୍ୟରେ ଜନ ସାଧାରଣଙ୍କ ଚଳ ପ୍ରଚଳକୁ ସମ୍ପୂର୍ଣ କଟକଣା କରିଦିଆଯାଇଛି । ଏହି ସମୟ ସୀମା ମଧ୍ୟରେ ESSENTIAL COMMODITY ଓ Sanitary ଯୋଗାଣ ପାଇଁ ବାଣପୁର ବ୍ଲକରେ JE ଶ୍ରୀ ଅଜୟ କୁମାର ଗୁମାନସି॰, SANITIZATION ପାଇଁ ବାଣପୁର Fire Stationର Station Officer, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନିରୀକ୍ଷଣ, Testing, Tracing ଇତ୍ୟାଦି ପାଇଁ ବାଣପୁର CHCର Medical Officer Dr. D Mahapatra, ପ୍ରତି ଘରକୁ ଘର Survey ପାଇଁ ବାଣପୁର ବ୍ଲକର CDPO Smt. Bidyutprava Rath ଓ ଏ ସମସ୍ତ ବ୍ୟବସ୍ଥାକୁ ନିରୀକ୍ଷଣ ପାଇଁ ବାଣପୁର BDO Subhashree Tripathy ଓ Tahasildar Sri Manmanth Kumar Behera ଦାୟିତ୍ଵରେ ରହିଛନ୍ତି କିନ୍ତୁ ସବୁଥର ପରି ଏହି ପ୍ରକାର ଦାୟିତ୍ଵ କାଗଜ କଲମରେ ସୀମିତ ରହି ନାମକୁ ମାତ୍ର ବୋଲି ସର୍ବସାଧାରଣରେ ଆଲୋଚନା ହେଉଛି । ଏହି ସଟଡାଉନ ବେଳେ ଅବମାନନା ହେଲେ କଡା କଡି ଭାବରେ ଜୋରିମାନା ଅଦାୟ ହେବାର ଯୋଜନା ହେଉଛି । ଜନ ସାଧାରଣଙ୍କ ଦାବି, ଦାୟିତ୍ୟରେ ଥିବା ସମସ୍ତ ଅଧିକାରୀ ମାନଙ୍କର ବ୍ୟକ୍ତିଗତ ମୋବାଇଲ ନମ୍ବର ଓ ବିକଳ୍ପ ଯୋଗାଯୋଗ ସାର୍ବଜନୀନ କରାଯାଇ ଉପଯୁକ୍ତ କର୍ଣ୍ଣପାତ କରିବା ହୁଅନ୍ତୁ ଏବ॰ ଯୋଗାଯୋଗ ମୋବାଇଲ ନମ୍ବର ସଦା ସର୍ବଦା ସକ୍ରିୟ ଓ ନେଟୱର୍କ ଭଭିତରେ ରହିବା ପାଇଁ ଯତ୍ନ ବାନ ହୁଅନ୍ତୁ ।