ଭୁବନେଶ୍ୱର ୨୮।୭: ଆଜି ରାଜଧାନୀ ଭୁବନେଶ୍ୱରରେ ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରଣ୍ଟାଇନ୍ ସେଣ୍ଟରରୁ ୧୫୦ ଏବଂ ସ୍ଥାନୀୟ ଅଞ୍ଚଳରୁ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୧୩୦ କରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୨୩୬୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ୧୧୪୧ ଜଣ ସୁସ୍ଥ ହୋଇଛନ୍ତି ଓ ୧୩ଜଣଙ୍କର ମୃତ୍ୟୁ ଘଟିଛି । ଏବେ ୧୨୦୯ ଜଣ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି ।