ନୂଆ ଅନ୍ତେବାସୀଙ୍କୁ ବିନା କରୋନା ଟେଷ୍ଟ ରେ ରହିବାକୁ ଅନୁମତି ମିଳିବନି

ଭୁବନେଶ୍ୱର:୨୮।୦୭:ଏଣିକି ଭିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମ ରେ ନୂଆ ଅନ୍ତେବାସୀଙ୍କୁ ବିନା କରୋନା ଟେଷ୍ଟ ରେ ରହିବାକୁ ଅନୁମତି ମିଳିବନି। ନୂଆ ଅନ୍ତେବାସୀ ଙ୍କ ର ପ୍ରଥମେ କରୋନା ଟେଷ୍ଟ କରାଯିବ ଏବଂ ନେଗେଟିଭ ରିପୋର୍ଟ ଆସିବା ପରେ ହିଁ ସେମାନଙ୍କୁ ରହିବାକୁ ଦିଆଯିବ। ତେବେ କରୋନା ରିପୋର୍ଟ ନ ଆସିବା ଯାଏ ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ଟ୍ରାନଜିଟ ହାଉସ କିମ୍ବା କୋଭିଡ୍ କେୟାର ହୋମ୍ ରେ ରଖାଯିବ।

ଯେଉଁମାନଙ୍କ ପାଖରେ କରୋନା ନେଗେଟିଭ ସାର୍ଟିଫିକେଟ ଥିବା ବା ସଂଗରୋଧ ନିୟମ ପାଳନ କରିଥିବେ ସେମାନଙ୍କୁ ରହିବାକୁ ଦିଆଯିବ। ଏନେଇ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶ ଶକ୍ତି କରଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି।