ପୁଣି କ୍ୟାପିଟାଲ ହସ୍ପିଟାଲରେ ଷ୍ଟାଫ୍‌ ସମେତ ୮ ପଜିଟିଭ୍‌

ଭୁବନେଶ୍ୱର,୨୮।୦୭:କ୍ୟାପିଟାଲ ହସ୍ପିଟାଲରୁ କରୋନାର ରୋକ ଲାଗୁନି । ପୁଣି ୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ହସ୍ପିଟାଲ ଡିଆଇସିର ଜଣେ କର୍ମଚାରୀ ରହିଥିବା ବେଳେ ଆଉ ୭ ଜଣ ଓପିଡିରୁ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହସ୍ପିଟାଲ କର୍ମଚାରୀ ୪ ଦିନ ହେଲେ ଛୁଟିରେ ଥିଲେ । ତାଙ୍କ ନମୁନା ଆଜି ପଜିଟିଭ୍‌ ଆସିଛି । ଆଜିର ସଂଖ୍ୟା ମିଶିବା ପରେ କ୍ୟାପିଟାଲ ହସ୍ପିଟାଲରୁ ଚିହ୍ନଟ ହେଲେଣି ୪୮ ଜଣ । ଏଥିରେ ୧୩ ଜଣ ହସ୍ପିଟାଲ ଷ୍ଟାଫ୍‌ ରହିଥିବା ଜଣାପଡିଛି ।