ଗଞ୍ଜାମ ଜିଲ୍ଲାରେ ଦୋକାନୀଙ୍କ ପାଇଁ ପଞ୍ଚସୂତ୍ରୀ ନିୟମ ।

ବ୍ରହ୍ମପୁର : ଏବେ ଗଞ୍ଜାମ ଜିଲ୍ଲାରେ ଦୋକାନୀଙ୍କ ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପଞ୍ଚସୂତ୍ରୀ ନିୟମ କଡ଼ାକଡ଼ି କରିଛନ୍ତି।

ଦୋକାନ ସାମ୍ନାରେ ଡବଲ ବ୍ୟାରିକେଡ କରିବାକୁ ପରାମର୍ଶ ଦେବା ସହ ଦୋକାନୀମାନେ ନିଜେ ମାସ୍କ ପିନ୍ଧିବେ ଏବଂ ‘ନୋ ମାସ୍କ ନୋ ଗୁଡ୍ସ’ ବୋର୍ଡ ମାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ତା’ସହ ସାମାଜିକ ଦୂରତ୍ୱ ରକ୍ଷା ନିମନ୍ତେ ଗ୍ରାହକଙ୍କ ପାଇଁ ଦୋକାନ ସାମ୍ନାରେ ୨ ମିଟର ଦୂରତାରେ ସର୍କଲ କରିବେ। ସବୁ ଦୋକାନୀ ସାନିଟାଇଜର ଓ ହାତ ଧୋଇବାର ବ୍ୟବସ୍ଥା କରିବେ। ଏଥିସହ ଗ୍ରାହକ ଆସିଲେ ସେମାନଙ୍କ ଠିକଣା ଦୋକାନୀମାନେ ରଖିବେ। ଏହି ନିୟମ ନମାନିଲେ ଜରିମାନା ସହ ସେମାନଙ୍କ ବିରୋଧରେ ଏତଲା ଦିଆଯିବ। ଏମିତିକି ମାସେ ପର୍ଯ୍ୟନ୍ତ ଦୋକାନ ବନ୍ଦ ରହିବ ବୋଲି ଚେତାବନୀ ଦିଆଯାଇଛି।

ଅନ୍ୟପକ୍ଷରେ ସଙ୍ଗରୋଧରେ ନରହି ଯେଉଁମାନେ ତାସ୍‌, କ୍ରିକେଟ୍‌ ଓ ଭଲିବଲ୍‌ ଖେଳୁଥିବେ ସେମାନଙ୍କ ବିରୋଧରେ ମଧ୍ୟ ଏତଲା ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

FacebookTwitterWhatsappYoutubeTelegram