ବାଣପୁର ତହସିଲଦାର ସାଧାରଣ ଜନତାଙ୍କୁ ଭୁଆଁ ବୁଲାଉଛନ୍ତି ।

ବାଣପୁର ୨୬/୦୭ : କରୋନାସ୍ଥିତିର ଗମ୍ଭୀରତାକୁ ନେଇ ବାଣପୁର ତହସିଲ କାର୍ଯ୍ୟାଳୟର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ତହସିଲଦାରଙ୍କ ସ୍ଵାକ୍ଷରରେ ଏକ ସୂଚନା ଜାରି କରାଯାଇ ସର୍ବସାଧାରଣଙ୍କୁ ଭୁଆଁ ବୁଲାଇ କାର୍ଯ୍ୟାଳୟକୁ ନ ଆସିବା ପାଇଁ ପ୍ରବର୍ତ୍ତା ଯାଇଛି । ଏଥି ସମ୍ପକୀର୍ତ ନୋଟିସରେ ଏକ ଇମେଲ ID – http://janasamparkkhordha.co.in ଦିଆଯାଇ ଏହା ମାଧ୍ୟମରେ ଅଫିସକୁ ସେବା ଓ ସମସ୍ୟା ବିଷୟରେ ଯୋଗାଯୋଗ ପାଇଁ କୁହାଯାଇଛି କିନ୍ତୁ ଉକ୍ତ ID ଟି ଇମେଲ ଆଇଡ଼ି ନୁହେଁ। ଏ ସମ୍ବନ୍ଧିତ ଅଭିଯୋଗ ଅଧିକାରୀଙ୍କ ଗୋଚରକୁ ଆଣିବା ପରେ ମଧ୍ୟ ଏହାର ବିକଳ୍ପ କିମ୍ବା ସମାଧାନର ବ୍ୟବସ୍ଥା କରାଯାଉନାହିଁ ।