ବାଣପୁର ଓ ଚିଲିକା ରେ କରୋନା ସର୍ଭେ ନାମକୁ ମାତ୍ର ।

ବାଣପୁର,ଚିଲିକା ୨୧/୦୭: କରୋନାର ଭୟାଭୟ ସମୟରେ ପ୍ରଶାସନର ତାଗିତ ତଥା ନିର୍ଦ୍ଦେଶ ନାମକୁ ମାତ୍ର । ଏଠାରେ ଅଧିକାରୀ ମାନେ ସର୍ଭେ କରିବାର ନୀତିନିୟମକୁ ସମ୍ପାଦନ କରିବାରେ ଅବହେଳା କରୁଛନ୍ତି । ନାମକୁ ମାତ୍ର ବିଧିବିଧାନ ତୁଲାଇ କେବଳ କାଗଜ କଲମରେ ସବୁ ପୂରଣ ଚାଲିଛି । ଦେଖାଯାଉଛି ସର୍ଭେ କରୁଥିବା କର୍ମଚାରୀ ମାନେ ରାସ୍ତା ମଝିରେ ଛିଡା ହୋଇ ଯେ କୌଣସି ବ୍ୟକ୍ତିଙ୍କ ଠାରୁ ଖବର ଟିଏ ନେଇ ଚାଲିଯାଉଛନ୍ତି । କର୍ମଚାରୀ ମାନେ ପରିବାର ସଦସ୍ୟମାନଙ୍କ ତାପମାତ୍ରା ମାପିବା ପାଇଁ କୌଣସି ଟେକନିକ ବ୍ୟବହାର କରୁନଥିବା ବେଳେ ସେମାନଙ୍କ ହାତରେ ତାପମାତ୍ରା ମାପିବା ପାଇଁ କୋଣସି ଯନ୍ତ୍ରପାତି ରହୁନାହିଁ । ଏହି କ୍ଷେତ୍ରରେ ସାଧାରଣରେ ପ୍ରଶ୍ନ ଉଠୁଛି କି ସର୍ଭେର ପ୍ରକୃତ ଭାବେ ଉଦ୍ଦେଶ୍ୟ ପ୍ରଣୋଦିତ ହେଉନାହିଁ । ଧର୍ମକୁ ଆଖିଠାର ପରି ସାଧାରଣଙ୍କୁ ଭୂଆଁ ଭୁଲାଯାଉଛି । ଏହି ସମୟରେ ଯଦି କାହାଘରେ ଥଣ୍ଡା, କାଶ, ଜ୍ଵର କିମ୍ବା କରୋନା ଲକ୍ଷଣ ଥିବା ରୋଗୀ ଥିଲେ ମଧ୍ୟ ସେ ତଥ୍ୟ ସର୍ଭେ ପରିସର ମଧ୍ୟକୁ ଆସୁନାହିଁ , ଯାହାଫଳରେ କରୋନା ନିୟନ୍ତ୍ରଣ ବିଫଳତା ଆଡକୁ ମୁହାଁଉଛି । ଏହିପ୍ରକାର କାର୍ଯ୍ୟକଳାପପ୍ରତି ଉପରିସ୍ଥ ଆଧିକାରୀ ମାନେ ଅବଗତି ହୋଇ ସଠିକ ଭାବେ ସର୍ଭେ କରିବା ବ୍ୟବସ୍ଥା କରନ୍ତୁ । ସର୍ବସାଧାରଣଙ୍କୁ ଏହି ନିବେଦନ କି ସେମାନେ କୌଣସି ପ୍ରକାର ଅସୁସ୍ଥତାଶିକାର ହେଲେ ନିକଟସ୍ଥ ଡାକ୍ତରଖାନାର ଆଶ୍ରୟ ନିଅନ୍ତୁ ଓ କୌଣସି ପରିସ୍ଥିତିରେ ଲୁକାୟିତ ରଖନ୍ତୁ ନାହିଁ ।