ରାଜ୍ୟରେ ୪୫୩ ଜଣ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୪୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୧୩୩୦ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି।

ସୁସ୍ଥ ହୋଇଛନ୍ତି ଗଞ୍ଜାମ ଜିଲ୍ଲାର ୨୨୦, ସୁନ୍ଦରଗଡ଼ର ୪୧, ନବରଙ୍ଗପୁର ୩୩, ଖୋର୍ଦ୍ଧା ୨୮, ବଲାଙ୍ଗୀର ୨୬, କେନ୍ଦୁଝର ୧୭, ବାଲେଶ୍ୱରର ୧୫, ଜଗତସିଂହପୁର ର ୧୩, ମାଲକାନଗିରି ର ୧୩, ଯାଜପୁର ୧୦, ଗଜପତି ୧୦, ଅନୁଗୁଳ ୯, କେନ୍ଦ୍ରାପଡା ୬, କୋରାପୁଟ ୪, କଟକ ୩, ଭଦ୍ରକ ୨, ମୟୁରଭଞ୍ଜ, ନୟାଗଡ଼ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।