ଲକ ଡାଉନ ରେ କଣ ରହିବ ଖୋଲା ଓ କଣ ରହିବ ବନ୍ଦ ।

ଭୁବନେଶ୍ୱର ୧୬/୦୭ – ଭୁବନେଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଭୁବନେଶ୍ୱରରେ ପ୍ରବେଶ କଲେ ପାସ୍‌ ଦରକାର ।

ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର, କଟକ ସହ ରଉାରକେଲାରେ ଆସନ୍ତା କାଲି ସନ୍ଧ୍ୟା ୯ ଠାରୁ ୩୧ ଜୁଲାଇ ପର୍ଯ୍ୟନ୍ତ ୧୪ ଦିନିଆ ଲକ୍‌ଡାଉନ୍‌ । ଏହି ସମୟରେ ଅତ୍ୟାବଶକୀୟ ଜିନିଷ ଓ ଅତ୍ୟାବଶକୀୟ ସେବା ଯୋଗାଉଥିବା କାର୍ଯ୍ୟାଳୟ ଖୋଲା ରହିବ ।

ଏହି ସମୟରେ ହସ୍‌ପିଟାଲ୍ , ନର୍ସିଂ ହୋମ ଖୋଲା ରହିବ ।
ସକାଳ ୬ ରୁ ଭେଜିଟେବଲ୍‌ ଏବଂ ଗ୍ରୋସେରୀ , କ୍ଷୀର ଦୋକାନ ଖୋଲା ରହିବ ।
ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ ମିଡିଆ ପାସ୍‌ ନେଇ କାମ କରି ପାରିବେ।

ଅନ୍ୟ ଦୋକାନ ବଜାର ସପିଂ ମଲ୍, ଅଫିସ, ଅନୁଷ୍ଠାନ ସବୁ ବନ୍ଦ ରହିବ ।
ହାଇ ଓ୍ୱେରେ ଗାଡି ଚଳାଚଳ ଜାରି ରହିବ । ନିର୍ମାଣ କାର୍ଯ୍ୟ ଚାଲିବ ।
କେନ୍ଦ୍ର ସରକାରଙ୍କ ଡିଫେନ୍ସ, ରାଜ୍ୟ ସରକାରଙ୍କ ସିଏଜି, ଟ୍ରେଜେରୀ ଖୋଲା ରହିବ ।
ପୋଷ୍ଟ ଅଫିସ୍, ଏନଆଇସି, ଆଇଏମଡି, ଜିଏସଟିଏନ, ଟେଲିକମ୍ ଅଫିସ୍, ଆରବିଆଇର ଅଫିସ, ଏଟିଏମ ରହିବ ।
ଜୋମାଟୋ, ସ୍ୱିଗି, ଚିଲିକା ଫ୍ରେସର ହୋମ୍ ଡେଲିଭରୀହେବ ।
ପେଟ୍ରୋଲ ପମ୍ପ, ସିଏନଜି ଷ୍ଟେସନ୍ ଆଦି ଖୋଲା ରହିବ ।
ଇ-କମର୍ସ ମଧ୍ୟ ଜାରି ରହିବ ।
ସେହିପରି କ୍ଲିନିକ୍, ନର୍ସିଂ ହୋମ୍, ଆମ୍ବୁଲାନ୍ସ, ମେଡିକାଲ, ଓ୍ୱାଟର ସପ୍ଲାଇ, ସାନିଟେଜସନ୍ ଖୋଲା ରହିବ ।
ପରିବହନ କ୍ଷେତ୍ରରେ ଜାତୀୟ ରାଜପଥରେ ଆବଶ୍ୟକୀୟ ପାସ୍ ଥିଲେ କିମ୍ବା ଜରୁରୀ କାଳୀନ କ୍ଷେତ୍ରରେ ହିଁ ଗାଡି ଚାଲିବ ।