ଭୁବନେଶ୍ୱର ୯/୭ : କରୋନା ସଙ୍କଟ ସମୟରେ ମଦ ପିଉଥିବା ଲୋକଙ୍କ ଉପରେ ସତେ ଯେପରି ଦୁଃଖର ପାହାଡ ଭାଙ୍ଗି ପଡିଥିଲା, କାରଣ ସରକାର ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ତା ପରେ ଅନଲାଇନ ମଦ ଓ ଦୋକନରେ ବିକ୍ରି ହେଉଥିବା ମଦ ଉପରେ ଟ୍ୟାକ୍ସକୁ ନେଇ ବି ଭାଙ୍ଗିପଡିଥିଲେ ମଦୁଆ । କିନ୍ତୁ ଏବେ ସେମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଆସନ୍ତାକାଲିଠାରୁ ରାଜ୍ୟରେ ମଦ ଦର ୩୫% କମିବାକୁ ଯାଉଛି । ସ୍ୱତନ୍ତ୍ର କୋଭିଡ ଫିକୁ ୫୦% ରୁ ୧୫% କୁ କମାଇଛି ଅବକାରୀ ବିଭାଗ । ଏଣିକି ସର୍ବାଧିକ ଖୁଚୁରା ଦର ଉପରେ ୧୫% କୋଭିଡ ଫି ନେବେ ରାଜ୍ୟ ସରକାର । ପଡୋଶୀ ରାଜ୍ୟଗୁଡିକରେ ମଦ ଦର କମ୍ ଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି ।