କଟକ ,୬।୭: ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଆଜି ରାଜ୍ୟରେ ନୂଆ ୪୫୬ ଜଣ ପଜିଟିଭ ଚିହ୍ନଟ ହୋଇଛି । ଏହାରି ମଧ୍ୟରେ କଟକ ସ୍ଥିତ ଶିଶୁଭବନ ଆଉଟଡୋର ବନ୍ଦ ହୋଇଛି । ଗତକାଲି ଶିଶୁଭବନରେ ଜଣେ ପଜିଟିଭ୍ ଚିହ୍ନଟ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଆଉଟଡୋର ବନ୍ଦ ରହିବାକୁ କୁହାଯାଇଛି । ଏନେଇ ଶିଶୁଭବନ ଅଧ୍ୟକ୍ଷ ସରୋଜ କୁମାର ଶତପଥୀ ସୂଚନା ଦେଇଛନ୍ତି।