ଭୁବନେଶ୍ୱର:ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ସହିତ ଲୋକାଲ କେସ ବଢୁ ଥିବାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି କିଛି ଦିନ ତଳେ ଓଡ଼ିଶାରେ କରୋନା କେବଳ ପ୍ରବାସୀଙ୍କ ମଧ୍ୟରେ ସୀମିତ ଥିଲା। ଏବେ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଗତି କରୁଥିବା ଦେଖା ଗଲାଣି।
ଯେଉଁଠି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି , ସେ ଜିଲ୍ଲାକୁ ସରକାର ଶଟ୍ଡାଉନ୍ ଘୋଷଣା କରନ୍ତୁ
ଗୋଷ୍ଠୀ ସଂକ୍ରମଣ ଥରେ ଆରମ୍ଭ ହେଲେ ଭୟାନକ ପରିସ୍ଥିତି ସୃଷ୍ଟି କରିବ।