ଯୁକ୍ତ ଦୁଇ ଅବଶିଷ୍ଟ ପରୀକ୍ଷା ବାତିଲ

ଭୁବନେଶ୍ୱର: ଯୁକ୍ତ ଦୁଇ ଅବଶିଷ୍ଟ ପରୀକ୍ଷା ଆଉ ପରୀକ୍ଷାର୍ଥୀଙ୍କୁ ଦେବାକୁ ପଡ଼ିବ ନାହିଁ। ବାକି ଥିବା ପରୀକ୍ଷାକୁ ବାତିଲ କରାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷା ପରିଚାଳନା ନେଇ ନୂତନ ଗାଇଡଲାଇନ ଆସିଛି। କରୋନା ପାଇଁ ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ବୋର୍ଡ଼ର ଦଶମ, ଏକାଦଶ ବାକିଥିବା ପରୀକ୍ଷାକୁ ବାତିଲ କରାଯାଇଛି।

ଏହାକୁ ଆଧାର କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବାକିଥିବା ପରୀକ୍ଷାକୁ ନ କରିବା ପାଇଁ ନିଷ୍ପତ୍ତି ନେଇସାରିଛି। କେବଳ ବାକି ରହିଛି ଘୋଷଣା। ତେବେ ଛାତ୍ରଛାତ୍ରୀମାନଙ୍କୁ କେଉଁ ଆଧାରରେ ମାର୍କ ଦିଆଯିବ ସେ ସମ୍ପର୍କରେ ଆସନ୍ତାକାଲି ସ୍ଥିର କରାଯିବ। ସୂଚନା ଅନୁଯାୟୀ ମଙ୍ଗଳବାର ବୈଠକ ବସି ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଯାନଯାଇଛି।