କଟକ ୨୯/୦୬ : କରୋନା ସଂକ୍ରମଣ କୁ ଦ୍ରୂଷ୍ଟି ରେ ରଖି ଶଟ୍ଡାଉନ୍ କଟକଣା ଲାଗୁ ହୋଇଥିବା ଅଞ୍ଚଳରେ କୋର୍ଟ ବନ୍ଦ ରହିବ। ଏନେଇ ହାଇକୋର୍ଟ ପକ୍ଷରୁ ସମସ୍ତ ଜିଲ୍ଲା ଜଜ୍ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଅଞ୍ଚଳକୁ ଶଟ୍ଡାଉନ୍ ଘୋଷଣା କରାଯାଇଥିବ, ସେହି ଅଞ୍ଚଳର ଜିଲ୍ଲା ଜଜ୍ମାନେ କୋର୍ଟ ବନ୍ଦ କରିପାରିବେ ବୋଲି ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।