କଟକ ୨୮/୬: କଟକ ସିଡିଏ ସେକ୍ଟର-୯ ର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ସିଏମସି । ୩୮ଟି କୋଠା ଘରକୁ କଣ୍ଟେନମେଣ୍ଟ ଜୋନରେ ରଖିଛି ସିଏମସି । ତେବେ ପୂର୍ବରୁ ଏହି ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତ ଜଣକ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କର ଠାବ ଶେଷ ନହେବା ଯାଏ ସେଠାରେ କଣ୍ଟେନମେଣ୍ଟ ଜୋନ୍ ରହିବ । ବଡମ୍ବା ଥାନା ଅଧିକାରୀ ଗତକାଲି ସେହି ଅଞ୍ଚଳରୁ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏନେଇ ସିଏମସି ଡେପୁଟି କମିସନର ଅବିନାଶ ରାଉତ ସୂଚନା ଦେଇଛନ୍ତି ।