ପୁରୀ : ଆସନ୍ତାକାଲି ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ତିନିରଥ ଗଡ଼ିବ। ନୀତିକାନ୍ତିର ସମୟ ନିର୍ଘଣ୍ଟ ହୋଇସାରିଛି। ମଙ୍ଗଳବାର ସକାଳ ୭ଟାରେ ପହଣ୍ଡି ଆରମ୍ଭ ହେବ। ଦିନ ୧୨ଟାରେ ଆରମ୍ଭ ହେବ ରଥଟଣା। ତେଣୁ ପ୍ରାତଃ ୩ଘଟିକା ସମୟରେ ମଙ୍ଗଳ ଆରତି କରାଯିବ। ପ୍ରାତଃ ୩ଟା ୧୫ମିନିଟରେ ମଇଲମ ନୀତି ଆରମ୍ଭ ହେବ। ୩ଟା ୩୦ରେ ତଡ଼ପ ଲାଗି କରାଯିବା ସହ ଭୋର ୪ଟାରେ ରୋଷହୋମ, ଭୋର ୪ଟା ୩୦ମିନିଟରେ ଅବକାଶ, ୪ଟା ୪୫ରେ ସୂର୍ଯ୍ୟ ପୂଜା ଓ ସକାଳ ୫ଟାରେ ଦ୍ୱାରପାଳ ପୂଜା ସହ ବେଶ ଶେଷ ନୀତି ସମାପ୍ତ ହେବ।
ସେହିଭଳି ୫.୩୦ରୁ ୬.୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) ହେବ। ୬.୪୫ ରଥ ପ୍ରତିଷ୍ଠା କରାଯିବା ସହ ମଙ୍ଗଳାର୍ପଣ କରାଯିବ। ସକାଳ ୭ଟାରେ ପହଣ୍ଡି ଆରମ୍ଭ ହୋଇ ଦିନ ୧୦ଟାରେ ପହଣ୍ଡି ଶେଷ ହେବ। ୧୦ଟାରୁ ୧୦.୩୦ ମଧ୍ୟରେ ମଦନ ମୋହନ ରଥକୁ ବିଜେ, ୧୦.୩୦ରୁ ୧୧ଟା ମଧ୍ୟରେ ଚିତା ଲାଗି କରାଯିବ। ୧୧ଟାରୁ ୧୧.୩୦ ମଧ୍ୟରେ ତିନି ଠାକୁରଙ୍କ ବେଶ ଶେଷ ହେବା ସହ ୧୧.୩୦ରୁ ଛେରା ପହଁରା ଆରମ୍ଭ ହୋଇ ୧୨.୧୫ ପର୍ଯ୍ୟନ୍ତ ଚାଲିବ। ୧୨.୩୦ ମଧ୍ୟରେ ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବା କାମ ଶେଷ ହେବା ସହ ଦିନ ୧୨ଟାରେ ରଥ ଟଣା ଆରମ୍ଭ ହେବ।