ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜିନିବେଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭିଡ଼ିଓ କନଫେରେନ୍ସ ରେ ଶିଳ୍ପପତି ଏଲଏନମିତ୍ତଲ ଙ୍କ ଆଲୋଚନା ହୋଇଛି।
ଓଡିଶା ସରକାର ଯେପରି ଦକ୍ଷତାର ସହିତ କୋଭିଡ ପରିଚାଳନା କରୁଛନ୍ତି ସେଥିପାଇଁ ମିତ୍ତଲ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇଥିଲେ।
ପ୍ରଥମ ପର୍ଯ୍ୟାୟରେ ୨ ହଜାର କୋଟି ଟଙ୍କାର ମିତ୍ତଲ ପୁଞ୍ଜି ବିନିଯୋଗ କରିବ । ଏହା ସହ ଓଡିଶାର ଦୁଇଟି ଖଣି ଆର୍ସେଲର ମିତ୍ତଲ ପାଇଛି । ଶାହା ସାହି ଓ ଠାକୁରାଣୀ ଖଣିର ଲିଜ୍ ଆର୍ସେଲର ମିତ୍ତଲକୁ ମିଳିଛି । ଏଥିସହ ଆର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ ଗତ ଡିସେମ୍ବର ମାସରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୫୦ ହଜାରରୁ ଉର୍ଦ୍ଧ ଟଙ୍କା ପ୍ରକଳ୍ପ ଏସଆର ଷ୍ଟିଲକୁ ଅଧିଗ୍ରହଣ କରିଛନ୍ତି ।