ରାଜକନିକା:-ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ ପାଳନ କରା ଯାଇଥାଏ।ଯୁଗେ ଯୁଗେ ଭକ୍ତ ମାନେ ଈଶ୍ୱର ବିଶ୍ଵାସୀ,ଭକ୍ତିପୂର୍ଣ୍ଣ ଶ୍ରଦ୍ଧା, ସ୍ନେହ ପ୍ରେମ ଆଉ ଭଲ ପାଇବାର ନିଛକ ଚିତ୍ରଣ।ତେଣୁ ସେହି ଭକ୍ତି ଭାବପୂର୍ଣ୍ଣ ପରିବେଷରେ ସୃଷ୍ଟି ହୋଇ ଥାଏ ,ବିଧି ଅନୁଯାୟୀ ପୂଜା ପାଠ,ଯଜ୍ଞ କର୍ମ,ସଙ୍କୀର୍ତ୍ତନ ସହିତ ଭାଇଚାରାର ସମ୍ମନୟରେ ପ୍ରଚାର ପ୍ରସାର ରେ ସନାତନ ଧର୍ମ ସୁରକ୍ଷା।ଏହା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ବ୍ଲକ ଅଧୀନ ସିହୋପଡ଼ା ଗ୍ରାମ ପଞ୍ଚାୟତର ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ତଥା ଅଶୋକ କୁମାର ସାମଲ ଙ୍କ ନେତୃତ୍ୱରେ ଏକ ଆଧ୍ୟାତ୍ମିକ ଚିନ୍ତା,ଈଶ୍ୱର ବିଶ୍ବାସୀ,ହିନ୍ଦୁ ରୀତିନୀତିର ପରମ୍ପରା ଆଉ ଭାଇଚାରାର ବାର୍ତ୍ତା ବହନ ପୂର୍ବକ ଭଗବାନ ଯୁଗ ପୁରୁଷ ପ୍ରଭୁ ଶ୍ରୀରାମ ନବମୀ କୁ ମହା ଆଡମ୍ବର ପୂର୍ଣ୍ଣ ଏବଂ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରି ଛନ୍ତି।ଧରା ପୃଷ୍ଟାରୁ ଅସତ୍ୟ ଆଉ ଅଧର୍ମକୁ ବିନାଶ କରି ସତ୍ୟ ଆଉ ଧର୍ମ ପ୍ରତିଷ୍ଠା ନିମନ୍ତେ ପ୍ରାର୍ଥନା କରି ନିଜକୁ ନାମ ଯଜ୍ଞ କର୍ମାଦୀ କରି ଈଶ୍ୱର ପ୍ରାପ୍ତି ପାଇଁ ସଙ୍କୀର୍ତ୍ତନ କରିଥାନ୍ତି। ସିହୋପଡ଼ା ଗ୍ରାମର ବିଶ୍ବ ହିନ୍ଦୁ ପରିଷଦ ତଥା ଅଶୋକ କୁମାର ସାମଲଙ୍କ ନେତୃତ୍ୱରେ ସକାଳୁ ସକାଳୁ ନିକଟସ୍ଥ ନଦୀରୁ ୧୦୮କଳସ ଯାତ୍ରାରେ ଜଳ ଉଠାଇ ପ୍ରଭୁ ଶ୍ରୀରାମଙ୍କ ଶରଣ ନେଇ ଘଟ ସ୍ଥାପନ କରିବା ସହିତ ଯଜ୍ଞ କର୍ମ ବିଧି ଅନୁଯାୟୀ ପୂଜା ପାଠ ସହିତ ଶ୍ରୀରାମଙ୍କ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ଯଜ୍ଞସ୍ଥଳ।ପରେ ପରେ ଗ୍ରାମବାସୀ ମାନଙ୍କ ଦ୍ଵାରା ଆନନ୍ଦ ବଜାର ଖୋଲା ଯାଇ ଶହ ଶହ ସଂଖ୍ୟାରେ ପ୍ରସାଦ ସେବନ କରିଥିଲେ।ହିନ୍ଦୁ ମାନଙ୍କର ସନାତନ ଧର୍ମ କୁ ପ୍ରଚାର ପ୍ରସାର କରିବା ସହିତ ଏହାକୁ ସୁରକ୍ଷା ଯୋଗାଇ ଦେବାକୁ ଯୋଜନା ପ୍ରସ୍ତୁତ ପୂର୍ବକ ପ୍ରଭୁ ଶ୍ରୀରାମ ଙ୍କ ନିକଟରେ ନିଜର ଭକ୍ତି ପୂର୍ଣ୍ଣ ସ୍ନେହ, ଶ୍ରଦ୍ଧା, ପ୍ରେମ ଆଉ ଭଲ ପାଇବାର ନିଛକ ଚିତ୍ରଣ କୁ ପ୍ରତିପାଦନ କରି ଶ୍ରୀରାମ ନବମୀ କୁ ମହା ଆଡମ୍ବର ପୂର୍ଣ୍ଣ ଏବଂ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରିଛନ୍ତି।ଏହାକୁ ଆୟୋଜନ କରି ସେମାନେ ପ୍ରଭୁ କୃପା ଲାଭ କରିଛନ୍ତି ବୋଲି ବହୁ ଈଶ୍ୱର ବିଶ୍ବାସୀ ତଥା ଶ୍ରୀରାମଙ୍କ ଭକ୍ତ ମାନେ ଆନନ୍ଦର ସହିତ ଆଲୋଚନା କରୁଛନ୍ତି।