ଭୁବନେଶ୍ଵର ୦୪ / ୦୬ – ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଖିଲେ ବାର୍ତ୍ତା | ଲକ୍ଡାଉନ କୋହଳ ହେବାର ଅର୍ଥ ନୁହେଁ କୋରୋନା ଚାଲିଗଲା । କୋରୋନା ବିରୋଧରେ ଲଢ଼େଇ ଏକ ଲମ୍ବା ଲଢ଼େଇ । କୋରୋନାର ମେଡିସିନ୍ ଆସି ନଥିବାରୁ ଆମକୁ ସତର୍କ ରହିବାକୁ ହେବ |ଆଗକୁ ମୌସୁମୀ ଆସୁଛି । ଆମକୁ ଅଧିକ ସତର୍କ ହେବାକୁ ପଡିବ । ଜୁନ୍ ମାସ ବହୁତ ଗୁରୁତ୍ୱପୂର୍ଣ୍ଣ । ଜୁ୍ନ୍ ୧୦ରୁ ମୌସୁମୀ ବର୍ଷା ହେବାର ସୂଚନା ମିଳୁଛି । ଆସନ୍ତା ୨୫ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ଦିନଗୁଡିକର ପରିଚାଳନା ହିଁ ଆମ ପାଇଁ ଚ୍ୟାଲେଞ୍ଜ । ଜୁନ୍ ମାସରେ ୮ ଦିନ ସର୍ଟଡାଉନ ହେବ । ୨ ମାସ ଧରି ଆମେ ଯେଉଁ ତ୍ୟାଗ କରିଛନ୍ତି, ତାକୁ ବିଫଳ ହେବାକୁ ଦେବାନାହିଁ । ଲକ୍ଡାଉନ୍, ସଟ୍ଡାଉନ ଥାଉ କି ନଥାଉ ଆମେ ସଂଯମ ହେବା ଉଚିତ । ରାଜ୍ୟବାସୀଙ୍କ ଜୀବିକା ପାଇଁ ଲକ୍ଡାଉନ କୋହଳ କରାଯାଇଛି | କିନ୍ତୁ ଜୀବିକାର ଆଳରେ ଜୀବନକୁ ବିପଦକୁ ଠେଲିଦେବା ଉଚିତ ନୁହେଁ। ସାଢ଼େ ୪ କୋଟି ଭାଇଭଉଣୀଙ୍କ ଜୀବନ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ | ୫ ଲକ୍ଷ ଭାଇ ଭଉଣୀ ରାଜ୍ୟକୁ ଫେରୁଛନ୍ତି। ଏଥିପ୍ରତି ବେସ୍ତ ହେବାନି। ଜୁନ୍ରେ ମୌସୁମି ଆସୁଥିବାରୁ ଆମକୁ ଅଧିକ ସତର୍କ ହେବାକୁ ହେବ । ଥଣ୍ଡା, କାଶ ଓ ଜ୍ବର ଏହି ସମୟରେ ବେଶୀ ଦେଖାଦେବ |