ଭୁବନେଶ୍ଵର : ଓଡିଶାରେ ବଢିଲା ପଙ୍ଗପାଳ ଚିନ୍ତା। ମଧ୍ୟପ୍ରଦେଶ ଓ ଛତିଶଗଡ ସୀମାନ୍ତ ଜଙ୍ଗଲରେ ପଙ୍ଗପାଳ ଥିବା ସୂଚନା ମିଳିବା ପରେ ଓଡ଼ିଶା ଆସିବାର ଆଶଙ୍କା ରହୁଛି। ସେଥିପାଇଁ ସମସ୍ତ ଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା କୃଷି ନିର୍ଦ୍ଦେଶକ ଏମ.ମୁଥୁକୁମାର ସୂଚନା ଦେଇଛନ୍ତି। ସମ୍ଭାବ୍ୟ ପଙ୍ଗପାଳ ମୁକାବିଲା ପାଇଁ ଭୁବନେଶ୍ଵର କଳ୍ପନାଛକସ୍ଥିତ ଅଗ୍ନିଶମ କେନ୍ଦ୍ରରେ ମକ୍ ଡ୍ରିଲ ଚାଲିଛି।
ସେହିପରି ଓଡ଼ିଶା ଅଗ୍ନିଶମ ଆଇଜି ଅସିତ ପାଣିଗ୍ରାହୀ କହିଛନ୍ତି ପ୍ରତି ଜିଲ୍ଲା ସ୍ତରରେ ଏକ କମିଟି ଗଠନ ପାଇଁ ଯୋଜନା କରାଯାଇଛି। ବଡ ବଡ ଗଛରେ ଏକବିଶେଷ ଧରଣର ରସାୟନ ସ୍ପ୍ରେ କରାଯିବ ପାଇଁ ଯୋଜନା କରାଯାଇଛି। ପଙ୍ଗପାଳ ଏହି ସ୍ପ୍ରେ ସଂସ୍ପର୍ଶରେ ଆସିଲେ ଗତିପଥ ବଦଳାଇବାକୁ ବାଧ୍ୟ ହେବେ। ସେଥିପାଇଁ ପ୍ରତି ବ୍ଲକରେ ଥିବା ଅଗ୍ନିଶମ କେନ୍ଦ୍ରକୁ ହାଇଆଲର୍ଟରେ ରଖାଯାଇଛି।