ରାୟଗଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ବଳଭଦ୍ର ଙ୍କ ଜନ୍ମ ଓ ପବିତ୍ର ରକ୍ଷା ବନ୍ଧନ ଉତ୍ସବ, ଭଉଣୀ ତା ଭାଇ ହାତରେ ରାଖି ବାନ୍ଧି ଥାଏ, ଭାଇ କୁ ରାକ୍ଷୀ ବାନ୍ଧିବା ସମୟରେ ଥାଳିରେ ସିନ୍ଦୁର ,ଚଦନ, ଚାଉଳ, ଘିଅ,ଦୀପ,ଓ ରକ୍ଷା ସୂତ୍ର ବା ରାକ୍ଷୀ ଓ ମିଠା ରଖି ଭଗବାନ ନିକଟରେ ସମର୍ପଣ କରିବା ପରେ ଭାଇମାନଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ଭାଇକୁ ରାକ୍ଷୀ ବାନ୍ଧିବା ସମୟରେ ତାଙ୍କୁ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରି ମଥାରେ ତିଳକ ଲଗାଇ ରାକ୍ଷୀ ବାନ୍ଧି ଆଳତୀ କରି ମିଠା ଖୁଆଇ ରକ୍ଷା ସୂତ୍ର ବଂଧନରେ ପରମ୍ପରା କୁ ପାଳନ କରାଯାଏ l
ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ମୁଖ୍ୟତଃ ଏକ ହିନ୍ଦୁ ପର୍ବ ଅଟେ ଯାହା ସାରା ଭାରତରେ ପାଳନ କରାଯାଇଥାଏ |ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଉଥିବାରୁ ଆଜିର ଏହି ଦିନ ଟିକୁ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା କୁହାଯାଏ | ପୁରାତନ କାଳରୁ ହିଁ ଭାରତୀୟ ସଂସ୍କୃତିରେ ଏହାକୁ ପାଳନ କରାଯାଉଛି ।ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ଓ ଭାଇ ତାର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଭାଇ ଭଉଣୀ ମଧ୍ୟରେ ରହିଥିବା ସଂପର୍କ ତଥା ପ୍ରେମର ଡ଼ୋରୀକୁ ବାନ୍ଧିବାର ପରମ୍ପରା କୁ ରକ୍ଷା ବନ୍ଧନ କୁହାଯାଇଥାଏ । ଯାହାକି ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ଵକୁ ଦୃଢ଼ କରିଥାଏ । ବାଲିଗୁଡା ସହର ତଥା ଆଖପାଖ ଅଂଚଳ ରେ ଆନନ୍ଦ ଉଲ୍ଲାସ ର ସହ ପବିତ୍ର ରକ୍ଷା ବନ୍ଧନ ଓ ଗହ୍ମାପୂର୍ଣ୍ଣିମା ପର୍ବ ପାଳିତ ହୋଇଛି |