ମାନବିକତା ଦେଖାଇଲେ ଟାଙ୍ଗୀ ପୁଲିସ ବାବୁ ହଜିଲା ଲୁଗା ଗଣ୍ଠିଲି ଫେରି ପାଇଲେ ଡ୍ରାଇଭର

ଟାଙ୍ଗୀ:-୦୮/୦୫(ବିନୁ ଦାସ୍):-ଥ୍ୟାଙ୍କ୍-ୟୁ ପୋଲିସ ବାବୁ , ଆମର ହଜି ଯାଇଥିବା ସମସ୍ତ ଜିନିଷ ଫଟାଫଟ୍ ଖୋଜି ଆଣିଲା , ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ବାବୁ ଙ୍କୁ ବହୁତ ବହୁତ ଧନ୍ୟବାଦ ।
ଇଛାପୁରୁ-ରୁ-ଭୁବନେଶ୍ୱର ଅଭିମୂଖେ ଆସୁଥିଲା ଏକ ଲୁଗା ବୋଝେଇ ଟ୍ରକ , ଯେଉଁଥିରେ ଗଛ୍ଛିତ ଥିଲା ଲକ୍ଷ-ଲକ୍ଷ ଟଙ୍କାର ଲୁଗା ଗଣ୍ଠିଲି । ୧୬ ନଂ ଜାତୀୟ ରାଜପଥ ରେ ଲୁଗା ଗଣ୍ଠିଲି ବୋଝେଇ ମିନିଟ୍ରକ ଆସୁଥିବା ବେଳେ ଟାଙ୍ଗୀ ଥାନା କୁହୁଡି ଫାଣ୍ଡି ଅନ୍ତର୍ଗତ କୋଚିଲା ଖାଇ ଛକ ପାଖରେ ପ୍ରାୟ ଦୁଇରୁ ତିନି ଲକ୍ଷ ଟଙ୍କାର ଲୁଗା ଗଣ୍ଠିଲି ରାସ୍ତାରେ ଖସି ପଡ଼ିଥିଲା । ସେହି ରାସ୍ତାରେ ଚଳପ୍ରଚଳ କରୁଥିବା ଲୋକମାନେ ସେ-ସବୁକୁ ଘରକୁ ନେଇଗଲେ । ଦୀର୍ଘ ରାସ୍ତା ଅତିକ୍ରମ କରିବା ପରେ ଉକ୍ତ ଟ୍ରକ ଡ୍ରାଇଭର ଜାଣିବାପରେ ନିକଟସ୍ଥ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ । ଟାଙ୍ଗୀ ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ ଙ୍କ ନେତୃତ୍ୱରେ କୁହୁଡି ଫାଣ୍ଡି ଅଧିକାରୀ ପ୍ରଶନ୍ନ କୁମାର ଜେନା ଙ୍କର ସହିତ ଗଠିତ ଏକ ଟିମ୍ ବିଭିନ୍ନ ସ୍ଥାନରେ ଛାପା-ମାରି ହଜି ଯାଇଥିବା ଜିନିଷ ( ଲୁଗା ଗଣ୍ଠିଲି ) ଖୋଜି ଆଣିଲା ।


ସୂଚନାଯୋଗ୍ୟ କି ଉକ୍ତ ଗାଡ଼ିର ଡ୍ରାଇଭର ରଣପୁର ଥାନା ଅନ୍ତର୍ଗତ ବିଦ୍ୟାଧର ଦଳେଇ ଙ୍କର କହିବା ମୁତାବକ ସେ ଚଳାଉଥିବା ଗାଡ଼ିଟି ରଣପୁର ଅଞ୍ଚଳର ଏବଂ ନିଜର ହଜିଥିବା ଲୁଗା ଗଣ୍ଠିଲି ଫେରି ପାଇବାରେ ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକଙ୍କ ସହଯୋଗ ଏବଂ ପ୍ରତି କ୍ଷେତ୍ରରେ ଓଡିଶା ଡ୍ରାଇଭର ମହାସଙ୍ଘ ର ଚିଲିକା ବ୍ଲକ ସଭାପତି ପ୍ରଦୀପ ଶତପଥି ଏବଂ ରଣପୁର ବ୍ଲକ ସଭାପତି ସହଦେଵ ସ୍ବାଇଁଙ୍କ ସହ ଅନେକ ଡ୍ରାଇଭର ଏଭଳି ମହନୀୟତା କାର୍ଯ୍ୟ ପାଇଁ ଟାଙ୍ଗୀ ପୋଲିସ କୁ ଧନ୍ୟବାଦ ଅର୍ପଣ କରିଛନ୍ତି।