ବୋଲବମ୍ ମନା, ଶୈବ ପୀଠ ଭକ୍ତ ଶୂନ୍ୟ ।

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ସମସ୍ତ ଶୈବ ପୀଠ ଭକ୍ତ ଶୂନ୍ୟ ହୋଇଛି। ଆଜିର ଦିନରେ କାଉଡ଼ିଆଙ୍କ ଭିଡ଼ ପ୍ରତି ଶୈବ ପୀଠରେ ଦେଖିବାକୁ ମିଳିଥାଏ। କାନ୍ଧରେ ମାନସିକ ଜଳ ଭାର ନେଇ ମହାଦେବଙ୍କ ଉପରେ ଢ଼ାଳିଥାନ୍ତି କାଉଡ଼ିଆ। କିନ୍ତୁ କରୋନା କଟକଣା ଯୋଗୁଁ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବୋଲବମ୍ ଉପରେ ରୋକ ଲଗାଯାଇଛି। ରାଜ୍ୟର ସବୁ ଶିବ ମନ୍ଦିର ଖାଁ ଖାଁ ପଡିଛି । କରୋନା କଟକଣା ପାଇଁ ମହାପ୍ରଭୁ ଲିଙ୍ଗରାଜ, ଆରଡ଼ି ପୀଠ, ବାବା ଧବଳେଶ୍ବର ପୀଠ ଭଳି ରାଜ୍ୟର ବଡ଼ ବଡ଼ ମନ୍ଦିର ଖାଲି ପଡିଛି। କୋଭିଡି-୧୯ର ତୃତୀୟ ଲହର ପାଇଁ ରାଜ୍ୟ ସରକାର କାଉଁରିଆ ମାନଙ୍କ ଏହି ବୋଲବମ୍ ଯାତ୍ରାକୁ ବନ୍ଦ କରିଛନ୍ତି।

FacebookTwitterWhatsappYoutubeTelegram