ଗୁଣପୁର,୩୦।୦୭, (ସିଦ୍ଧାର୍ଥ ଦାସ) ଗୁଣପୁର ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରେ ରହିଥିବା ଶୌଚାଳୟ ସମ୍ମୁଖରେ ଅହେତୁକ ଅଟୋ , ୪୦୭ ଓ ୬୦୭ ଗାଡି ମାଳ ମାଳ ହୋଇ ସେହି ସ୍ଥାନରେ ରହିଥିବା ନଜରକୁ ଆସିଛି । ଅଟୋ ଇତ୍ୟାଦି ନିମନ୍ତେ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ରହିବା ନିମନ୍ତେ ପୂର୍ବରୁ ସ୍ଥାନ ନିର୍ଦ୍ଧାରଣ ହୋଇଥିଲେ ମଧ୍ୟ ଗୁଣପୁର ପୁରଣା ବସ୍ ଷ୍ଟାଣ୍ଡ ନିକଟ ଶୌଚାଳୟ ପାଖରେ ଗହଳି ହୋଇ ରହୁଛି ଅଟୋ ଓ ବୃହତ ଅନ୍ୟାନ୍ୟ ଯାନବାହାନ। ଅନ୍ୟ ପକ୍ଷରେ ବଡ଼ ଗାଡି ଗୁଡିକୁ ସକାଳ ସକାଳ ୮ ଘଣ୍ଟା ଠାରୁ ୧୨ ଘଣ୍ଟା ସମୟ ମଧ୍ୟରେ ସହର ମଧ୍ୟରେ ପ୍ରବେଶ ନିଷେଧ ଥିଲେ ମଧ୍ୟ କିପରି ଯାଉଛି ଏହି ସବୁ ଯାନବାହାନ ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି । ପରିବା ବୋଝେଇ ହୋଇ ଯାଉଥିବା ଗାଡି ଗୁଡ଼ିକ ଭର୍ତ୍ତି ହେଉଥିବା ନେଇ ଆଜି ପଚାରି ବୁଝିବାରୁ ଏହା କ୍ରୀଷ୍ଣା ପରିବା ବ୍ୟବସାୟୀ ଙ୍କ ଗାଡି ଏହାକୁ ଅନୁମତି ଅଛି ବୋଲି ମତ ପ୍ରକାଶ କରିଥିଲେ । କ୍ରୀଷ୍ଣା ପରିବା ବ୍ୟବସାୟୀଙ୍କୁ ଏଭଳି ସ୍ବତନ୍ତ୍ର ଅନୁମତି ଦେଲା କିଏ ଓ କାହିଁକି ଏବଂ ପରିବା ବ୍ୟବସାୟୀ କାହା ବଳ ରେ ବଳିୟାନ୍ ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ଅନୁମତି କେଉଁ ପ୍ରଶାସନିକ ଅଧିକାରୀ ଦେଇଛନ୍ତି ନା ଏଭଳି ଅନୁମତି ମିଳିଥିବା କହି ଟ୍ରାଫିକ ସମସ୍ୟା ଉପୁଯାଉଥିବା କ୍ରୀଷ୍ଣା ପରିବା ବ୍ୟବସାୟୀ ପ୍ରଶାସନିକ ଅଧିକାରୀ ଙ୍କ ନାମ ନେଇ ଗଳାବାଟ ଖୋଜିଛନ୍ତି ବୋଲି ଗୁଣପୁର ଜନ ସାଧାରଣ ମତବ୍ୟକ୍ତ କରିଛନ୍ତି । କରୋନା କଟକଣା ପୁରୁଣା ବସ୍ ଷ୍ଟାଣ୍ଡ ନିକଟ ରେ ସମ୍ପୂର୍ଣ ଫେଲ୍ ମାରିଥିବା ଦେଖିବାକୁ ମିଳିଛି ।