ବ୍ୟବସାୟୀଙ୍କ ଦୋକାନ ଭଡ଼ା, ବିଦ୍ୟୁତ ବିଲ ଛାଡିବା ଓ ଫାଇନାନ୍ସ ଋଣ ପାଇଁ ସମୟ ଦେବାପାଇଁ ନଗର ଭାଜପା ତରଫରୁ ଏ.ଡି.ଏମ ଙ୍କୁ ଦାବିପତ୍ର ପ୍ରଦାନ

ଗୁଣୁପୁର,୧୫/୦୬(ସିଦ୍ଧାର୍ଥ ଦାସ): ଆଜି ଭାରତୀୟ ଜନତା ପାର୍ଟି ରାୟଗଡ଼ା ନଗର ତରଫରୁ ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ ଙ୍କ ନେତୃତ୍ୱରେ ରାୟଗଡ଼ା ର ବ୍ୟବସାୟୀ ମାନଙ୍କ ପ୍ରତି ଲକଡାଉନ ରେ ଦୋକାନ ଭଡ଼ା, ବିଦ୍ୟୁତ ବିଲ ଛାଡ଼ କରିବା ଓ ଫାଇନାନ୍ସ ସଂସ୍ଥା ଦ୍ଵାରା ଜବରଦସ୍ତ ମଗାଯାଇଥିବା ଇ.ଏମ.ଆଇ ଓ ଲୋକଙ୍କୁ ଦିଆଯାଇଥିବା ହାତଧାର ଋଣକୁ ସମୟ ଦିଆଯିବାପାଇ ଦାବି ପତ୍ର ପ୍ରଦାନ କରାଗଲା । ଆଉ ଦାବି ପୂରଣ ନ ହେଲେ ଆନ୍ଦୋଳନ ହେବା ନେଇ ସୂଚନା ଦେଇଛନ୍ତି ଶ୍ରୀ ଶ୍ୟାମ କୁମାର ଦାଶ ।

ଉକ୍ତ କାର୍ଯ୍ୟକ୍ରମରେ ଭାଜପା ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାସ ସମେତ ଶ୍ରୀ ଅଜୟ କୁମାର ଚୁଲେଟ, ଶ୍ରୀମତୀ ବୁରିଡି ଲକ୍ଷ୍ମୀ, ଶ୍ରୀ ଶିବା ଭାସ୍କର, ଶ୍ରୀ ଜଗଦୀଶ ସୁନାରୀ, ଶ୍ରୀ ଏମ. ବିଦ୍ୟା ସାଗର, ଶ୍ରୀ ରାଜେଶ କୁମାର ପାଣିଗ୍ରାହୀ, ଶ୍ରୀ ଟି. ନାଗାରାଜୁ, ଶ୍ରୀ ସୁଶାନ୍ତ ମିଶ୍ର, ଶ୍ରୀ ଜୟରାମ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।