ଖୋର୍ଦ୍ଧା : ଗରମ ହେଉଛି ପଞ୍ଚାୟତ ନିର୍ବାଚନ ବିଜେପିର ସାଂଗଠନିକ ବୈଠକରେ ଅପରାଜିତାଙ୍କର ମାଷ୍ଟର ପ୍ଲାନ

ଟାଙ୍ଗୀ:-୨୯/୧୦(ବିନୁ ଦାସ୍):-ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ଆରମ୍ଭ ହେଲାଣି ବିଭିନ୍ନ ଦଳର କସରତ।ଏଥିରୁ ଭାରତୀୟ ଜନତା ପାର୍ଟି ବି ବାଦ୍ ପଡିନି।ଏହି ପରିପ୍ରେକ୍ଷୀରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଏବଂ ଖାସ କରି ଖୋର୍ଦ୍ଧା ବିଧାନସଭା ଏବଂ ଭୁବନେଶ୍ୱର ଲୋକସଭା ଆସନ ର ସାଂସଦ ଅପରାଜିତା ଷଡ଼ଙ୍ଗୀ।ବର୍ତ୍ତମାନ ଓଡ଼ିଶାର ରାଜନୀତି ରେ ଅପରାଜିତା ଙ୍କର ରଣ କୌଶଳ ଏବଂ ସାଧାରଣ ଜନତା ଙ୍କୁ ବିଜେପି ପ୍ରତି ଆକୃଷ୍ଟ କରିବାକୁ ବିଭିନ୍ନ ସ୍ଥାନରେ ପ୍ରାକ ନିର୍ବାଚନୀ ସଭା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବାବଦରେ ଭୋଟର ମାନଙ୍କୁ ଆକୃଷ୍ଟ କରିବା ଏବଂ ବର୍ତ୍ତମାନ ପରିସ୍ଥିତି ରେ ରାଜ୍ୟରେ ୨୧ ବର୍ଷ ଧରି ବିଜେଡି ଶାଶନ କରି ବିକାଶ ବଦଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କରିବା,ଲୋକମାନଙ୍କୁ ଦିବା ସ୍ୱପ୍ନ ଦେଖାଇ ଲୁଟ କରିବା ଏପରିକି ରାଜ୍ୟ ସରକାର ଫାଇବ ଟି ନାରା ଦେଇ ବିକାଶ ପରିବର୍ତେ ବିନାଶ କରିବା ଆଦି ପ୍ରସଙ୍ଗ ରେ ସାରା ରାଜ୍ୟରେ ନିଜର ନିର୍ବାଚନୀ ରାଲି କରି ଭୋଟର ମାନଙ୍କୁ ଆକୃଷ୍ଟ କରୁଛନ୍ତି।ସେହିଭଳି ଭାରତୀୟ ଜନତା ପାର୍ଟି ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀର ଏକ ବିଶେଷ ସାଂଗଠନିକ ବୈଠକ ରାମେଶ୍ବର ପାନ୍ଥିକା ନିକଟରେ ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।

ପ୍ରଦ୍ବୀପ ପ୍ରଜ୍ଜ୍ୱଳନ ଓ ବନ୍ଦେ ମାତରଂ ଗାନ ପରେ ମାନ୍ୟବର ସାଂସଦ ଭୁବନେଶ୍ୱର ଅପରାଜିତା ଷଡ଼ଙ୍ଗୀ ଆଗାମୀ ଦିନରେ ସଂଗଠନକୁ ସୁଦୃଢ କରି ନିଜ ଲୋକସଭା ମଣ୍ଡଳୀରେ କର୍ମୀ ମାନଙ୍କୁ ନିର୍ବାଚନ ଜିତିବା ପାଇଁ ଭୋଟର୍ ତାଲିକା ଧରି ଘର ଘର ବୁଲି ପୃଷ୍ଠା ସମିତି,ପୃଷ୍ଠା ପ୍ରମୁଖ ଓ ସଂଯୋଜକ ମାନଙ୍କ ସହାୟତାରେ ମାନ୍ୟବର ପ୍ରଧାନମନ୍ତ୍ରୀ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିବା ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆ‌ହ୍ବାନ୍ ଦେଇଥିଲେ। ଆଜି ଓଡ଼ିଶା ସରକାରର ଅବହେଳା କାରଣରୁ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ। ଅପରାଜିତା କହିଥିଲେ କି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବିଷୟରେ ଅଜ୍ଞ ବୋଧହୁଏ । ଏଣୁ ମୁଖ୍ୟମନ୍ତ୍ରୀ ନିଜ ମୁଣ୍ଡକୁ ଦୋଷ ନେବା ଆବଶ୍ୟକ। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭାଜପା ଜିତିବା ପାଇଁ ଲଢିବ। ଏଣୁ ଆସନ୍ତା କାଲି ଠାରୁ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ତଳସ୍ତରରେ ନେତାମାନେ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଆହ୍ବାନ ଦେଇଥିଲେ। ଉପରୋକ୍ତ କାର୍ଯ୍ୟକ୍ରମରେ କାଳୁ ଚରଣ ଖଣ୍ଡାୟତରାୟ, ନିକୁଞ୍ଜ କିଶୋର ପଟ୍ଟନାୟକ,ପ୍ରବୀଣା ଭଞ୍ଜଦେଓ,ଆଲୋକ ଛୋଟରାୟ,ବିପିନ ପାଲଟା ସିଂ, ଲୋକନାଥ ପ୍ରଧାନ, ଅଶୋକ ପଟ୍ଟନାୟକ ମଞ୍ଚାସୀନ ଥିଲେ। କେଳୁଚରଣ ଜଗଦ୍ଦେବ ମଞ୍ଚ ପରିଚାଳନା କରିଥିଲେ।