ଏହି ରାଜ୍ୟରେ ମାସ୍କ ନପିନ୍ଧିଲେ ୨ ହଜାର ଟଙ୍କା ଜୋରିମାନା

ନୂଆଦିଲ୍ଲୀ,୧୯।୧୧: ଦେଶର ଅନେକ ସ୍ଥାନରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହେବାରେ ଲାଗିଲାଣି । ଏହାରି ମଧ୍ୟରେ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ବଢିଚାଲିଛି । ଦିଲ୍ଲୀରେ ଏଣିକି ମାସ୍କ ନପିନ୍ଧିଲେ ୨୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି ଯେ ଏହା ପୂର୍ବରୁ ଜୋରିମାନା ୫୦୦ ଟଙ୍କା ଥିଲା । କିନ୍ତୁ ଅନେକ ଲୋକ ଆଜି ବି ମାସ୍କ ପିନ୍ଧୁନାହାନ୍ତି । ସେଥିପାଇଁ ଆମେ ଜୋରିମାନାକୁ ୨୦୦୦ ଟଙ୍କାକୁ ବୃଦ୍ଧି କରିଛୁ । ତେବେ ଦିଲ୍ଲୀରେ ଆଜି କରୋନାରେ ୧୩୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ହଜାର ୪୮୬ ନୂଆ ସଂକ୍ରମିତ ହୋଇଛନ୍ତି ।