ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ୍ କରୋନାରେ ଆକ୍ରାନ୍ତ ହେବାର କିଛି ସପ୍ତାହ ପରେ ମେଦାନ୍ତ ହସ୍ପିଟାଲ୍ର ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍ ବା ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କଥା ପରିବାର ପକ୍ଷରୁ କୁହାଯାଇଛି। ରାଜ୍ୟସଭା ସଦସ୍ୟ ଶ୍ରୀ ପଟେଲ୍ଙ୍କ ପରିବାର ଟୁଇଟ୍ କରିଥିବା ଏହି ବିବୃତିରେ କୁହାଯାଇଛି ଏହି ହ୍ୟାଣ୍ଡେଲ୍ରୁ ଆମେ ଆପଣମାନଙ୍କୁ ସଦ୍ୟ ସୂଚନା ପ୍ରଦାନ କରିବୁ। ତାଙ୍କର ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରିବାକୁ ଆପଣମାନଙ୍କୁ ଅନୁରୋଧ କରୁଛୁ। ତେବେ ଅକ୍ଟୋବର ୧ ତାରିଖ ଦିନ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ପଟେଲ୍ ଘୋଷଣା କରିବା ସହ ଦିଲ୍ଲୀ ବାସଭବନରେ ଏକାନ୍ତବାସରେ ରହିଥିବା ସୂଚନା ଦେଇଥିଲେ।
Home ରାଷ୍ଟ୍ରୀୟ ଅନ୍ତଃରାଷ୍ଟ୍ରୀୟ ଆଇସିୟୁରେ ଭର୍ତ୍ତି ହେଲେ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ୍; ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି