ନୂଆଦିଲ୍ଲୀ,୩୧।୧୦: ପବ୍ଲିକ ଆଫାୟରସ କମିଟି (ପିଏସି) ପ୍ରକାଶ କରିଛି ଦେଶର ସବୁଠୁ ସୁଶାସିତ ଏବଂ ଖରାପ ଶାସିତ ରାଜ୍ୟର ତିଲିକା। ଯେଉଁଥିରେ ବାଜି ମାରିଛି ଅଣବିଜେପି, କଂଗ୍ରେସ ଶାସିତ ରାଜ୍ୟ। ଆଉ ସବୁଠୁ ଖରାପ ରାଜ୍ୟ ତାଲିକାରେ ରହିଛି ଉତ୍ତର ପ୍ରଦେଶ, ଓଡ଼ିଶା ଓ ବିହାର। ସମତା, ଅଭିବୃଦ୍ଧି ଏବଂ ପରିପୋଷଣୀୟତାକୁ ନେଇ ଏହି ସର୍ଭେ ହୋଇଛି ଶୁକ୍ରବାର ପିଏସି ଜାରି କରିଥିବା ରିପୋର୍ଟରେ କେରଳ ଦେଶର ସର୍ବୋତ୍ତମ ଶାସିତ ରାଜ୍ୟ ଭାବେ ନାମିତ ହୋଇଛି। ୟୁପି, ଓଡିଶା ଏବଂ ବିହାର ନିମ୍ନରେ ରହିଥିବା ଜଣାପଡ଼ିଛି। ଚାରୋଟି ଦକ୍ଷିଣ ରାଜ୍ୟ ରାଙ୍କିଙ୍ଗରେ ଶୀର୍ଷରେ ରହିଛନ୍ତି। ପିଏସି ରାଙ୍କିଙ୍ଗ ଅନୁଯାୟୀ ପ୍ରଥମେ କେରଳ ୧.୩୮୮, ଦ୍ୱିତୀୟରେ ତାମିଲନାଡୁ ୦.୯୧୨, ତୃତୀୟରେ ଆନ୍ଧ୍ରପ୍ରଦେଶ ୦.୫୩୧ ଏବଂ ଚତୁର୍ଥରେ କର୍ଣ୍ଣାଟକ ୦.୪୬୮ ପଏଣ୍ଟ ପାଇଛନ୍ତି।
ପିଏସି ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ ବିକାଶ ପ୍ରସଙ୍ଗରେ ଏକ ମିଶ୍ରିତ ସୂଚକାଙ୍କ ଉପରେ ଆଧାର କରି ରାଜ୍ୟଗୁଡିକ ଶାସନ ପରିଚାଳନା ଉପରେ ସ୍ଥାନିତ ହୋଇଛି। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ. କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ଏହି ତାଲିକା ପ୍ରକାଶ ପାଇଛି। (ଏଜେନ୍ସି)
Home ରାଷ୍ଟ୍ରୀୟ ଅନ୍ତଃରାଷ୍ଟ୍ରୀୟ ପ୍ରକାଶ ପାଇଲା ଦେଶର ସୁଶାସିତ ରାଜ୍ୟର ତାଲିକା ଉତ୍ତର ପ୍ରଦେଶ ଓ ବିହାର ସବୁଠାରୁ ଖରାପ...