ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ କରୋନା

ନୂଆଦିଲ୍ଲୀ,୨୫।୧୦: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ସଂକ୍ରମିତ । ତାଙ୍କର କୋଭିଡି ରିପୋର୍ଟ ପଜିଟିଭ୍‌ ଆସିଛି । ଏନେଇ ଟ୍ଵିଟ୍‌ କରି ନିଜେ ସୂଚନା ଦେଇଛନ୍ତି ଶକ୍ତିକାନ୍ତ ଦାସ । ତାଙ୍କର କୌଣସି ଲକ୍ଷଣ ନଥିଲା । ଏବେ ସେ ସୁସ୍ଥ ଅନୁଭବ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର । ତେବେ ଆଇସୋଲେସନରେ ରହି ନିଜ କାମ କରିବେ ବୋଲି କହିଛନ୍ତି ଶ୍ରୀଯୁକ୍ତ ଶକ୍ତିକାନ୍ତ ଦାସ । ଗତ କିଛି ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କୋଭିଡ ପରୀକ୍ଷା କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି।