ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଏଣିକି ମହିଳାଙ୍କ ପ୍ରତି ଅବହେଳା ଅଧିକାରୀଙ୍କୁ ମହଙ୍ଗା ପଡିବ

ନୂଆଦିଲ୍ଲୀ,୧୦।୧୦: ଭାରତ ବର୍ଷରେ ମହିଳା ସମନ୍ଧିତ ଫୌଜଦାରୀ ଅପରାଧ ବଢିଚାଲିଛି । ଏହି ବିଷୟକୁ ଗୁରୁତ୍ୱର ସହିତ ଚିନ୍ତାକରି ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ମହିଳା ସୁରକ୍ଷା ଡିଭିଜନ ଚିଠି କ୍ରମିକ ନଂ F -No-15011/190/2020-SC/ST-W ବଳରେ ନିର୍ଦ୍ଦେଶନାମା ଜାରୀ କରି କଠୋର ପଦକ୍ଷପ ପାଇଁ ପ୍ରସ୍ତାବ ଆଣିଛନ୍ତି ।
ମହିଳା ମାନଙ୍କ ପ୍ରତି ଫୌଜଦାରୀ ସମ୍ଫର୍କିତ ଅପରାଧ ହେଲେ ଏଥିରେ ପ୍ରତିକାରାତ୍ମକ ଅଧିକାରୀ ମାନଙ୍କ ଅବହେଳା କିମ୍ବା ବିଳମ୍ବ ମହାଙ୍ଗା ପଡିବ ବୋଲି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କୁ ନିର୍ଦ୍ଦେଶନାମା ଜାରିକରିଛନ୍ତି । ଏଥିରେ ପୋଲିସ ମାନଙ୍କୁ ଅଭିଯୋଗର ବାଧ୍ୟତା ମୂଳକ ରେଜିଷ୍ଟ୍ରେସନ ପାଇଁ ଆଦେଶ ରହିଛି । ଏହି ନିର୍ଦ୍ଦେଶନାମାର ନକଲ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର DP Police / IG Police / ପ୍ରମୂଖ ସଚିବ/ ପେଲିସ କମିଶନର ମାନଙ୍କୁ ଗୋଚରାର୍ଥେ ପ୍ରେରଣ କରାଯାଇଛି ।