ନୂଆଦିଲ୍ଲୀ,୨୦।୦୮ : ହୋଟେଲ ଓ ରେଷ୍ଟୁରାଣ୍ଟରେ ଗ୍ରାହକ ପିଇ ପାରିବେ ମଦ। ଏଥିପାଇଁ ଆଜି ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର। କେବଳ ବୈଧ ଲାଇସେନ୍ସ ରଖିଥିବା ସଂସ୍ଥାଗୁଡ଼ିକୁ ହୋଟେଲ ଓ ରେଷ୍ଟୁରାଣ୍ଟରେ ମଦ ପରଷିବାକୁ ସୁଯୋଗ ମିଳିବ ବୋଲି କୁହାଯାଇଛି। ଜୁନ୍ ୧୨ରେ ଦିଲ୍ଲୀ ସରକାର ରେଷ୍ଟୁରାଣ୍ଟ, ବାର, ହୋଟେଲ ଓ କ୍ଲବ ଗୁଡ଼ିକୁ ସେମାନଙ୍କ ପାଖରେ ଥିବା ଷ୍ଟକ ବିୟର ଗୁଡ଼ିକୁ ବିକ୍ରି କରିବାକୁ ଅନୁମତି ଦେଇଥିଲେ। ଏଗୁଡ଼ିକର ଏକ୍ସପାରୀ ସରି ଯିବାର ଆଶଙ୍କା ଥିବାରୁ ବ୍ୟବସାୟୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାର ଏପରି ନିଷ୍ପତ୍ତି ନେଇଥିଲେ। ସୂଚନାଯୋଗ୍ୟ ଦିଲ୍ଲୀରେ ବର୍ତ୍ତମାନ ୯୫୦ ହୋଟେଲ, ରେଷ୍ଟୁରାଣ୍ଟ, ବାର ଓ କ୍ଲବ ରହିଛି। ଏଗୁଡ଼ିକ ମାର୍ଚ୍ଚ ୨୫ରୁ କରୋନା କଟକଣା ପାଇଁ ବନ୍ଦ ରହିଥିଲା।