ଅମିତ ଶାହ କରୋନରୁ ସୁସ୍ଥ ହେଲେ

ନୂଆଦିଲ୍ଲୀ,୧୪।୦୮: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ସେ ନିଜେ ଟ୍ଵିଟ କରି ଏହି ସୂଚନା ଦେଇଛନ୍ତି। ଟ୍ଵିଟରରେ ସେ ଲେଖିଛନ୍ତି ଆଜି ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଏଥିପାଇଁ ଶ୍ରୀ ଶାହ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଡାକ୍ତରଙ୍କ ପରାମର୍ଶକ୍ରମେ ଆଉ କିଛିଦିନ ଏକାନ୍ତବାସରେ ରହିବେ ବୋଲି ଲେଖିଛନ୍ତି। ଗତ ଅଗଷ୍ଟ ଦୁଇ ତାରିଖରେ ଅମିତ ଶାହ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।