ନୂଆଦିଲ୍ଲୀ,୧୧।୦୮ : ବାପାଙ୍କ ପୈତୃକ ସମ୍ପତ୍ତି ଉପରେ ଉଭୟ ପୁଅ ଓ ଝିଅର ସମାନ ଅଧିକାର ରହିଛି। ଝିଅଟିଏ ଜନ୍ମ ହେବା ମାତ୍ର ପୈତୃକ ସମ୍ପତ୍ତିର ସେ ଅଧା ମାଲିକ। ସୁପ୍ରିମକୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଦେଇଛନ୍ତି ।
ମଙ୍ଗଳବାର ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ହିନ୍ଦୁ ଉତ୍ତରାଧିକାର ସଂଶୋଧନ ଆଇନ ୨୦୦୫ ଲାଗୁ ହେବା ପୂର୍ବରୁ ଯଦି ବାପାଙ୍କର ମୃତ୍ୟୁ ହୋଇଥାଏ ତେବେ ଝିଅମାନେ ବାପା-ମା’ଙ୍କ ସମ୍ପତ୍ତି ଉପରେ ସମାନ ଅଧିକାର ଦାବି କରିପାରିବେ। ବାପାଙ୍କ ସମ୍ପତ୍ତି ଉପରେ ପୁଅ ଓ ଝିଅମାନଙ୍କର ସମାନ ଅଧିକାର ରହିଛି। ଯଦି କୌଣସି ବାପା କିମ୍ବା ଝିଅଙ୍କ ମୃତ୍ୟୁ ୨୦୦୫ ସେପ୍ଟେମ୍ବର ୯ ପୂର୍ବରୁ ହୋଇଯାଇଛି ତା’ହେଲେ ପୈତୃକ ସମ୍ପତ୍ତି ଉପରେ ଝିଅର ଅଧିକାର କାଏମ ରହିବ। ଏହାର ଅର୍ଥ ଝିଅର ମୃତ୍ୟୁ ପରେ ତାଙ୍କ ପିଲାମାନେ ନିଜ ଅଜାଙ୍କ ଘରର ସମ୍ପତ୍ତି ଉପରେ ଅଧିକାର ଜାହିର କରିପାରିବେ।
ଉଲ୍ଲେଖ୍ୟଯୋଗ୍ୟ ୨୦୦୫ ସେପ୍ଟେମ୍ବର ୯ରେ ଦେଶରେ ହିନ୍ଦୁ ଉତ୍ତରାଧିକାର ସଂଶୋଧନ ଆଇନ- ୨୦୦୫ ଲାଗୁ ହୋଇଥିଲା। ତେଣୁ ୨୦୦୫ ସେପ୍ଟେମ୍ବର ୯ ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଥିଲେ ମଧ୍ୟ ତାଙ୍କ ସମ୍ପତ୍ତି ଉପରେ ଝିଅର ଅଧିକାର ରହିଛି। ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।