ବିଜୟୱାଡ଼ା ୦୯।୦୮: ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାରେ ଏକ କୋଭିଡ୍ କେୟାର କେନ୍ଦ୍ର ନିଆଁ ଲାଗଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ନିଆଁ ଲାଗିଥିବା ଏହି କୋଭିଡ୍ କେୟାର କେନ୍ଦ୍ର ଏକ ହୋଟେଲ କୁ ବ୍ୟବହାର କରାଯାଉଥିଲା । ଫସିରହିଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି । କୋଭିଡ୍ କେୟାର କେନ୍ଦ୍ରରେ ପ୍ରାୟ ୪୦ଜଣ ଲୋକ ଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୩୦ଜଣ କରୋନା ଆକ୍ରାନ୍ତ ଥିବା ବେଳେ ୧୦ଜଣେ ହସ୍ପିଟାଲ୍ ଷ୍ଟାପ୍ ବୋଲି ଜଣାପଡିଛି ।
ମେଡିକାଲରେ ନିଆଁ ଲାଗି ୭ଜଣଙ୍କ ମୃତ୍ୟୁ ହୋଇଯାଇଛି । ୧୦ ଜଣ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରାଯାଇଛି । ତେବେ ଅଗ୍ନିକାଣ୍ଡରେ ଅସୁସ୍ଥ ହୋଇଥିବା ଲୋକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ଉପରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ନଜର ରଖିଛନ୍ତି । ଆହତମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଉପରିସ୍ଥ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିଆଁ ଲାଗିଥିବା ବିଲ୍ଡିଂକୁ ଖାଲି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । କହିରଖୁଛୁ ୬ ଅଗଷ୍ଟରେ ଅହମଦାବାଦର ଶ୍ରେୟ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ୮ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିଲା ।