କର୍ଣ୍ଣାଟକର,୦୩।୦୮:କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କ ପରେ ତାଙ୍କ ଝିଅ ମଧ୍ୟ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ରବିବାର ଦିନ ଭାରତର ଗୃହମନ୍ତ୍ରୀ ଅମିତ ଶାହା ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସମଗ୍ର ବିଶ୍ୱରେ ପ୍ରାୟ 18 ନିୟୁତ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ 6 ଲକ୍ଷ 85 ହଜାର ଲୋକ ପ୍ରାଣ ହରାଇଛନ୍ତି।