ହାଇଦ୍ରାବାଦ : ଆସନ୍ତା ଅଗଷ୍ଟ ୫ ତାରିଖ ଦିନ ଅଯୋଧ୍ୟାରେ ହେବ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା। ଏହାକୁ ନେଇ ମୁସଲିମ ସଂପ୍ରଦାୟର ଲୋକମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ମନ୍ଦିର ପାଇଁ ମୋଗଲ ସମ୍ରାଟ ବାହାଦୂର ଶାହ ଜାଫରଙ୍କ ବଂଶଧର ଫ୍ରିନ୍ସ ହାବୀବୁଦ୍ଦିନ ଟୁସି କହିଛନ୍ତି ଏକ କେଜିର ଗୋଟିଏ ସୁନା ଇଟା ଦେବେ। ସେ କହିଛନ୍ତି ଦେଢ଼ ମାସ ତଳେ ଦିଲ୍ଲୀରେ ମୁଁ ଏହାକୁ ତିଆରି କରିଥିଲି। ବର୍ତ୍ତମାନ ଏହା ସୁରକ୍ଷିତ ଭାବେ ରହିଛି। ସୁନା ଇଟାରେ ଜୟ ଶ୍ରୀରାମ ଖୋଦେଇ ହୋଇଛି। ଆଶା କରୁଛି ମନ୍ଦିର ନିର୍ମାଣରେ ପ୍ରଥମେ ସୁନା ଇଟାକୁ ବ୍ୟବହାର କରାଯାଉ। ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏକ ବୈଠକ ଡାକିବାକୁ କହିଛି। ସେହି ସମୟରେ ମୁଁ ଏହି ଇଟାଟିକୁ ତାଙ୍କୁ ଦେବି। ମୋତେ ନିମନ୍ତ୍ରଣ ମିଳିଲେ ମୁଁ ସେଠାକୁ ନିଶ୍ଚିତ ଯିବି ବୋଲି ପ୍ରିନ୍ସ ଟୁସି କହିଛନ୍ତି। (ଏଜେନ୍ସି)