ଜୟପୁର:୨୦।୦୭:ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଦ୍ରୋହୀ ସଚ୍ଚିନ ପାଇଲଟ୍ଙ୍କ ଉପରେ ଭୟଙ୍କର ଆରୋପ ଲଗାଇଛନ୍ତି । ପାଇଲଟ୍ଙ୍କୁ କମ୍ ବୟସରେ ଅନେକ କିଛି ମିଳିଥିଲା । ଗତ ୭ବର୍ଷ ଭିତରେ ରାଜସ୍ଥାନ ହିଁ ଏକମାତ୍ର ରାଜ୍ୟ ଯେଉଁଠି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ ପରିବର୍ତନ କରାଯାଇନାହିଁ । ମାତ୍ର ସେ କଂଗ୍ରେସ ପିଠିରେ ଛୁରୀମାରିଛନ୍ତି । ମୁଁ ଜାଣିଥିଲି ପାଇଲଟ୍ ନିକମ୍ମା ଓ ଧୋକାବାଜ୍ ବୋଲି । କିନ୍ତୁ ମୁଁ ବି ଏଠାକୁ ବାଇଗଣ ବିକିବାକୁ ଆସିନାହିଁ, ମୁଖ୍ୟମନ୍ତ୍ରୀ ହୋଇ ଆସିଛି ବୋଲି ଗେହଲଟ୍ କହିଛନ୍ତି । ଏହା ସହ ଗେହଲଟ୍ ବିଜେପି ପାଇଲଟ୍ଙ୍କୁ ଫଣ୍ଡିଂ କରୁଥିବା ଅରୋପ ଲଗାଇଛନ୍ତି । ସେହିପରି ଜଣେ କଂଗ୍ରେସ ବିଧାୟକ ଗିରିରାଜ ସିଂ ମାଲିଙ୍ଗା ପାଇଲଟ ତାଙ୍କୁ ବିଜେପିରେ ମିଶିବାକୁ କହି ୩୫କୋଟିର ଅଫର ଦେଇଥିଲେ। ମାତ୍ର ମୁଁ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲି ବୋଲି ସେ କହିଛନ୍ତି।