ନୂଆଦିଲ୍ଲୀ: ଦେଶରେ କରୋନା ବିପଦକୁ ଦୃଷ୍ଟିରେ ରଖି ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନରେ ୬୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଡାକଘର ବାଲାଟ (ପୋଷ୍ଟାଲ ବାଲାଟ) ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। କରୋନା ସଂକ୍ରମଣ ବୃଦ୍ଧି ଏବଂ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକସଭା ତଥା ବିଧାନସଭା ନିର୍ବାଚନରେ ପୋଷ୍ଟାଲ ବାଲାଟ ପାଇଁ ଭୋଟରଙ୍କ ବୟସ ସୀମା ହ୍ରାସ ପାଇଛି। ତେବେ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏହି ନିୟମ ଲାଗୁ କରାଯିବ।
ସୂଚନାଯୋଗ୍ୟ ଆଇନ ମନ୍ତ୍ରଣାଳୟ ଅକ୍ଟୋବର ୨୦୧୯ରେ ନିର୍ବାଚନ ନିୟମରେ ସଂଶୋଧନ କରିଥିଲା। ଅକ୍ଟୋବର ୨୦୧୯ ରେ ହୋଇଥିବା ସଂଶୋଧନ ଅନୁଯାୟୀ, ୮୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର ଲୋକଙ୍କୁ ଲୋକସଭା ତଥା ବିଧାନସଭା ନିର୍ବାଚନରେ ଭୋଟ୍ ଦେବାକୁ ଅନୁମତି ଦିଆଯାଇଥିଲା। ବର୍ତ୍ତମାନ ମନ୍ତ୍ରଣାଳୟ ପୁନର୍ବାର ୧୯ ଜୁନ୍ ରେ ସଂଶୋଧନ କରିଛି ଏବଂ ୬୫ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ଲୋକଙ୍କୁ ଡାକଘର ଭୋଟ୍ ମାଧ୍ୟମରେ ଭୋଟ୍ ଦେବାକୁ ଅନୁମତି ଦେଇଛି। ତେବେ ଯେଉଁମାନେ ପୋଷ୍ଟାଲ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେବେ ସେମାନଙ୍କୁ ଫର୍ମ ୧୨-ଡି ପୂରଣ କରିବାକୁ ପଡିବ।