ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ତଥା ସମାଜବାଦୀ ପାର୍ଟିର ବରିଷ୍ଠ ନେତା ରାମ ଗୋବିନ୍ଦ ଚୌଧୁରୀ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି।
ଗୌତମପାଲିରେ ରହୁଥିବା ରାମ ଗୋବିନ୍ଦ କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ଏସଜିପିଜିଆଇଏମଏସ୍କୁ ମଧ୍ୟାହ୍ନ ୧୨ଟା ବେଳେ ସ୍ଥାନାନ୍ତର କରାଯାଇଛି। ସୋମବାର ରାମ ଗୋବିନ୍ଦ ଙ୍କ କରୋନା ଲକ୍ଷଣ ଦେଖା ଦେବାରୁ ତାଙ୍କୁ ସହିଦ ପଥଠାରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସେଠାରେ ତାଙ୍କର କରୋନା ଟେଷ୍ଟ କରାଯିବାରୁ ରିପୋର୍ଟ ପଜିଟିଭ ଆସିଛି। ତାଙ୍କ ସ୍ପସ୍ପର୍ଶରେ ଆସିଥିବା ଲୋକଙ୍କୁ ଏବେ ଖୋଜାଯାଉଛି।
ତାଙ୍କ ପରିବାର ଲୋକଙ୍କ ସେଲଫ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି। ସେମାନଙ୍କର କରୋନା ଟେଷ୍ଟ କରାଯିବ।