ଦିଲ୍ଲୀରେ ପଶିଲେ ୪ ଆତଙ୍କବାଦୀ ।

ନୂଆଦିଲ୍ଲୀ : ଆତଙ୍କବାଦୀ ଟାର୍ଗେଟରେ ଭାରତର ରାଜଧାନୀ ଦିଲ୍ଲୀ। କିଛି ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଗୁଇନ୍ଦା ସତର୍କ କରାଇଥିବାରୁ ଦିଲ୍ଲୀ ପୋଲିସ ହାଇ ଆଲର୍ଟରେ ରହିଛି।

ଗୁଇନ୍ଦା ସୂଚନା ଅନୁଯାୟୀ ଜମ୍ମୁ କଶ୍ମୀରର ୪-୫ ଜଣ ଆତଙ୍କବାଦୀ ଟ୍ରକରେ ଲୁଚି ଦିଲ୍ଲୀ ମୁହାଁ ହୋଇଛନ୍ତି। ସେଥିପାଇଁ ସମସ୍ତ ଜିଲ୍ଲାର ଡିସିପି, ସ୍ପେଶାଲ୍ ସେଲ୍, କ୍ରାଇମ ବ୍ରାଞ୍ଚ, ସ୍ପେଶାଲ୍ ଶାଖା ଓ ଦିଲ୍ଲୀ ପୋଲିସର ଅନ୍ୟ ସମସ୍ତ ୟୁନିଟକୁ ହାଇ ଆର୍ଲଟରେ ରଖାଯାଇଛି। ଏହାଛଡା ଦିଲ୍ଲୀର ସମସ୍ତ ଗେଷ୍ଟ ହାଉସ୍, ହୋଟେଲ ଓ କଶ୍ମୀର ନମ୍ବର ଗାଡିକୁ ଯାଞ୍ଚ କରାଯାଉଛି। ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନ ଉପରେ ରଖାଯାଇଛି ସତର୍କ ନଜର ରଖାଯାଇଛି।