କୋଲକାତା, ୧୯|୦୬: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ମାଆ ଓ ଭାଉଜ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସୂଚନା ଅନୁସାରେ, ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ସ୍ନେହାଶିଶ ଗାଙ୍ଗୁଲିଙ୍କ ପତ୍ନୀ କରୋନା ପଜିଟିଭ୍ ଜଣା ପଡିଥିଲେ ଓ ପରେ ତାଙ୍କ ମାଆ ମଧ୍ୟ ଯାଞ୍ଚ ହେବା ପରେ ସେ ମଧ୍ୟ କରୋନା ପଜିଟିଭ୍ ଥିବା ରିପୋର୍ଟରେ ଜଣାପଡିଥିଲା । ପ୍ରଥମେ ଉଭୟଙ୍କ ଥଣ୍ଡା, କାଶ ଓ ଜ୍ୱର ଲାଗି ରହିଥିଲା । ପରେ ଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହୋଇଥିଲା । ତେବେ ସାବଧାନତା ଅବଲମ୍ବନ କରି ଗାଙ୍ଗୁଲି ମଧ୍ୟ କ୍ୱାରଣ୍ଟାଇନରେ ନିଜକୁ ରଖିଛନ୍ତି । ତାଙ୍କ ପରିବାରର ସବୁ ସଦସ୍ୟଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନେ ମାଆ ଓ ଭାଉଜଙ୍କ ସଂସ୍ପର୍ଶରେ ଆସିଥିଲେ । ସୌରଭ ଗାଙ୍ଗୁଲିଙ୍କ ମାଆଙ୍କୁ ୮୦ ବର୍ଷ ହୋଇଥିବାରୁ ପରିବାରର ଚିନ୍ତା ବଢିଯାଇଛି । ଏନେଇ ପଶ୍ଚିମବଙ୍ଗ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।