ନୂଆଦିଲ୍ଲୀ : ଦେଶରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଲକ୍ଷ ଟପିଛି। ଆଜି ସକଳ ୮ଟା ସୁଦ୍ଧା ସଂଖ୍ୟା ୨୦୭୬୧୫ରେ ପହଞ୍ଚିଛି। ୨୪ ଘଣ୍ଟା ମଧ୍ୟରେ ୮, ୯୦୯ ଜଣ ସଂକ୍ରମିତ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୦୦୩୦୩ ଜଣ ସୁସ୍ଥ ହୋଇଥିବା ବେଳେ ୫୮୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ୧୦୧୪୯୭ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।
ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ତଥ୍ୟ ଅନୁଯାୟୀ ଆନ୍ଧ୍ରପ୍ରଦେଶରେ ୬୪ ଜଣଙ୍କର ମୃତ୍ୟୁ ହୋଇଛି। ସେଇପରି ଆସାମରେ ୪ ଜଣ କରୋନାରେ ମରିଥିବା ବେଳେ ବିହାରରେ ୨୪ ଜଣ, ଚଣ୍ଡିଗଡ଼ ୫ ଜଣ, ଛତିଶଗଡ଼ ୧ଜଣ, ଦିଲ୍ଲୀ ୫୫୬ ଜଣ, ଗୁଜରାଟ ୧୦୯୨ ଜଣ, ହରିୟାଣା ୨୩ ଜଣ, ହିମାଚଳ ପ୍ରଦେଶ ୫ ଜଣ, ଜମ୍ମୁ ଓ କଶ୍ମୀର ୩୩ ଜଣ, ଝାଡ଼ଖଣ୍ଡ ୫ ଜଣ, କର୍ଣ୍ଣାଟକ ୫୨ ଜଣ, କେରଳ ୧୧ ଜଣ, ଲଦାଖ ୧ଜଣ, ମଧ୍ୟପ୍ରଦେଶ ୩୬୪ ଜଣ, ମହାରାଷ୍ଟ୍ର ୨୪୬୫ ଜଣ, ମେଘାଳୟ ୧ ଜଣ, ଓଡ଼ିଶା ୭ ଜଣ, ପଞ୍ଜାବ ୪୬ ଜଣ, ରାଜସ୍ଥାନ ୨୦୩ ଜଣ, ତାମିଲନାଡୁ ୧୯୭ ଜଣ, ତେଲେଙ୍ଗାନା ୯୨ ଜଣ, ଉତ୍ତରାଖଣ୍ଡ ୭ ଜଣ, ଉତ୍ତରପ୍ରଦେଶ ୨୨୨ ଜଣ ଓ ପଶ୍ଚମବଙ୍ଗରେ ୩୩୫ ଜଣଙ୍କର ମୃତ୍ୟୁ ହୋଇଛି।
ସେହିପରି ଆଣ୍ଡାମାନ ଓ ନିକୋବର ଦ୍ଵିପପୁଞ୍ଜ ୩୩ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହି ସଂଖ୍ୟା ଆନ୍ଧ୍ରପ୍ରଦେଶରେ ୩୮୯୮ ଥିବା ବେଳେ ଅରୁଣାଚଳ ପ୍ରଦେଶ ୨୨, ଆସାମ ୧୫୧୩, ବିହାର ୪୧୫୫, ଚଣ୍ଡିଗଡ଼ ୩୦୧, ଛତିଶଗଡ଼ ୫୬୪, ଦାଦର ନଗର ହାୱେଲି ୪, ଦିଲ୍ଲୀ ୨୨୧୩୨, ଗୋଆ ୭୯, ଗୁଜରାଟ ୧୭୬୧୭, ହରିୟାଣା ୨୬୫୨, ହିମାଚଳ ପ୍ରଦେଶ ୩୪୫, ଜମ୍ମୁ ଓ କଶ୍ମୀର ୨୭୧୮, ଝାଡ଼ଖଣ୍ଡ ୭୧୨, କର୍ଣ୍ଣାଟକ (୩୭୯୬), କେରଳ (୧୪୧୨), ଲଦାଖ (୮୧), ମଧ୍ୟପ୍ରଦେଶ (୮୪୨୦), ମହାରାଷ୍ଟ୍ର ୭୨୩୦୦, ମଣିପୁର ୮୯, ମେଘାଳୟ ୨୭, ମିଜୋରାମ ୧୩, ନାଗାଲାଣ୍ଡ ୪୯, ଓଡ଼ିଶା ୨୨୪୫, ପୁଦ୍ଦୁଚେରୀ ୮୨, ପଞ୍ଜାବ ୨୩୪୨, ରାଜସ୍ଥାନ ୯୩୭୩, ସିକିମ୍ ୧, ତାମିଲନାଡୁ ୨୪୫୮୬, ତେଲେଙ୍ଗାନା ୨୮୯୧, ତ୍ରିପୁରା ୪୬୮, ଉତ୍ତରାଖଣ୍ଡ ୧୦୪୩, ଉତ୍ତରପ୍ରଦେଶ ୮୩୬୧ ଓ ପଶ୍ଚିମବଙ୍ଗ ୬୧୬୮ଜଣ ଆକ୍ରାନ୍ତ ହୋଇଛନ୍ତି।