ଖବର ପ୍ରସାରଣ ପରେ ଏନ୍.ଏ.ସି ଅଧିକାରୀଙ୍କ ତାଟିଆ କାମୁଡା

ବାଣପୁର ,୦୩/୦୬: ଗତ ଦିନ ଖାଉଟି କିରୋସିନ କଳା ବଜାର ଖବର ପ୍ରସାରଣ ପରେ ବାଣପୁର ଏନ.ଏ.ସି ଅଧିକାରୀ ଓ କର୍ମଚାରୀଙ୍କ ତାଟିଆ କାମୁଡା ସହିତ ନାଲି ଆଖି ସତେ ଯେମିତି ପରଧନରେ ମସଗୁଲ ଆଜି ମହଙ୍ଗା ପଡିଛି । କିରୋସିନ୍ କଳା ବଜାର ଖବର ପ୍ରସାରଣ ପରେ ଏନ୍.ଏ.ସି ଅଧିକାରୀ ଓ ଯୋଗାଣ ଅଧିକାରୀ ତତ୍ୱବଧାନରେ କଳାକାର ନାମାକୁ ରଙ୍ଗ ବଦଳାଇବା ପାଇଁ ପ୍ରଚେଷ୍ଟା ଜାରୀ ରଖିଛନ୍ତି। ଗତ କାଲି ନିକାଞ୍ଚନ ସମୟରେ ସୁଯୋଗ ନେଇ ଆଞ୍ଚଳିକ ଡିଲର ମାନଙ୍କ ଠାରୁ କିରୋସିନ ଡ୍ରମ ଆଣି ଏନ୍.ଏ.ସି ନୂତନ କାର୍ଯ୍ୟାଳୟ ଠାରେ ମହଜୁଦ ଦେଖାଇବା ପାଇଁ ସମ୍ଫୁର୍ଣ୍ଣ ପ୍ରସ୍ତୁତ କରିସାରି ଦୀର୍ଘ ନିଃଶ୍ୱାସ ପାଇଁ ଅନେଇ ବସିଛନ୍ତି ।

ଏହାର ସତ୍ୟତା ଅନୁସନ୍ଧାନରେ ଉପରିସ୍ଥ ଅଧିକାରୀ ଆଖ ପାଖ CCTV ସହିତ ଆଖ ପାଖ ଡିଲର ମାନଙ୍କୁ ତଦନ୍ତ ପରିସର ଭୂକ୍ତ କରାଯାଉ କେଉଁ ପରିସ୍ଥିତିରେ ଖବର ପ୍ରସାରଣ ପରେ ନୂତନ କାର୍ଯ୍ୟାଳୟ ପାଖରେ କିରୋସିନ ପହଞ୍ଚିଲା । ଖାଉଟି ବଣ୍ଟନ ଦାୟୀତ୍ୱରେ ଥିବା ପୂର୍ବତନ ବ୍ୟକ୍ତି ମାନଙ୍କ ଠାରୁ ଖବର ନେବାରେ ଜଣାଯାଏ କେବେବି କିରୋସିନ କିଣା ପରେ ଏନ.ଏ.ସି କାର୍ଯ୍ୟାଳୟ ହତା ଭିତରେ ରଖାଯାଏ ନାହିଁ ଆଜି ବିକଳରେ ତାଟିଆ କାମୁଡି ଧଳା ରଙ୍ଗ ବୋଳି କଳା ରଙ୍ଗକୁ ଲୁଚେଇବା ପାଇଁ ଚେଷ୍ଟା ଚାଲିଛି ।

ଆମ୍ଭ ପ୍ରତିନିଧି ଖବର ସଂଗ୍ରହ ପାଇଁ କାର୍ଯ୍ୟାଳୟ ଠାରେ ପହଞ୍ଚିବାରେ ଅଧିକାରୀ ଓ କର୍ମଚାରୀ ମାନେ ନିଜର କୋହ ସମ୍ବରଣ ନକରି ପାରି ରାଗରେ ତମ ତମ ହୋଇ ଅହଂକାରକୁ ଇଜତ୍ ଦେବା ପାଇଁ ଆଗ୍ରହରେ ଅଶ୍ଲୀଳ ଇଙ୍ଗିତ, ଭାଷା ଓ ବ୍ୟବହାରକୁ ଆଦରି ନେଇ ଭୟଭୀତ କରାଇବାକୁ ପଛଘୁଞ୍ଚା ଦେଇ ନାହାନ୍ତି । ଏହି ସବୁ ଘଟଣାର ଅଡିଓ ଓ କିଛି ଭିଡିଓ ରେକଡିଂ ଆମ୍ଭ ପ୍ରତିନିଧିଙ୍କ ଦ୍ୱାରା ଆମ୍ଭର ହସ୍ତଗତ ହୋଇଛି । ଆବଶ୍ୟକୀୟ ସମୟରେ ଉଚିତ ମନେ କଲେ ଏହାର ବ୍ୟବହାର କରାଯିବ ।