ଗୁଣପୁର,୦୧/୦୨(ସିଦ୍ଧାର୍ଥ ଦାଶଙ୍କ):- ଆଜି ରାୟଗଡା ଜିଲ୍ଲା ପଦ୍ମପୁର ଖ ଜୋନ ଜିଲ୍ଲା ପରିଷଦ ଉପ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ତାର ଶକ୍ତି ପ୍ରଦର୍ଶନ କରିଛି । ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ବିଦ୍ୟାଧର ଶବର ୫୦୦ ରୁ ଉର୍ଦ୍ଧ ଜନ ସମର୍ଥନ ସହ ଗୁଣପୁର ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ବିରାଟ ବାଇକ ରାଲି ରେ ବାହାରି ଗୁଣପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ସେଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେପି ର ରାୟଗଡ଼ା ଜିଲ୍ଲା ପ୍ରଭାରୀ ଶ୍ରୀ ଗୋବିନ୍ଦ ଜୈନ ନିଜ ପ୍ରାର୍ଥୀଙ୍କ ବିଜୟ ହେବା ଆସାବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ସୁଶାସନ , ଗରିବ ଙ୍କ ନିମନ୍ତେ ବିଭିନ୍ନ ଯୋଜନା ଓ ଜନହିତକର କାର୍ଯ୍ୟ ଲୋକଙ୍କ ପାଖରେ ସୁବିଧାରେ ପହଞ୍ଚି ପାରୁଛି ଜାଣି ଭୋଟର ମାନେ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି ର ପ୍ରାର୍ଥଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକ ଓ ଗୁଣପୁର ନଗର ସଭାପତି ଶ୍ରୀ ଶ୍ରୀନିବାସ ସ୍ୱାଇଁ ମତ ପ୍ରକାଶ କରିଥିଲେ । ପ୍ରକାଶ ଥାଉକି ଗତ ଡିସେମ୍ବର ୨୪ ତାରିଖରେ ତତ୍କାଳୀନ ଜିଲ୍ଲା ପରିଷଦ ସଭ୍ୟ ସ୍ବର୍ଗତ ଡ଼ଃ ପୁରୁଷୋତ୍ତମ ଗମାଙ୍ଗ ଙ୍କ ଦୁର୍ଘଟଣା ରେ ମୃତ୍ୟୁ ଘଟିଥିଲା । ତେଣୁ ପଦ୍ମପୁର ଖ ଜୋନ ରେ ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୀତି ରେ ଏକ ଭିନ୍ନ ମୋଡ଼ ଆସିବା ସହ ରାଜନୈତିକ ଚର୍ଚ୍ଚା ସରଗରମ ହୋଇଛି । ଆସନ୍ତା ଫେବୃଆରୀ ୨୪ ତାରିଖ ରେ ପଦ୍ମପୁର ଖ ଜୋନ୍ ନିମନ୍ତେ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆଜିର ଏହି ନାମାଙ୍କନ କାର୍ଯ୍ୟକ୍ରମ ରେ ରାୟଗଡ଼ା ଜିଲ୍ଲା ପ୍ରଭାରୀ ଶ୍ରୀ ଗୋବିନ୍ଦ ଜୈନ , ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକ , ରାୟଗଡ଼ା ଜିଲ୍ଲା ଉପ ସଭାପତି ୱାଇ ଗଣପତି , ପୂର୍ବତନ ସାଂସଦ ତଥା ଟାଣୁଆ ନେତା ଶ୍ରୀ ଜୟ ରାମ ପାଙ୍ଗି , ରାଷ୍ଟ୍ରୀୟ ଆଦିବାସୀ ମୋର୍ଚ୍ଚା ଉପ ସଭାପତି ଶ୍ରୀ କାଳି ରାମ ମାଝି , ରାୟଗଡ଼ା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଦେବାଶିଷ ପଣ୍ଡା , ଗୁଣପୁର ନଗର ସଭାପତି ଶ୍ରୀ ଶ୍ରୀନିବାସ ସ୍ୱାଇଁ , ଗୁଣପୁର ନଗର ସାଧାରଣ ସମ୍ପାଦକ ଶ୍ରୀ ସତ୍ୟ ସୁନ୍ଦର କର , ଗୁଣପୁର ପୂର୍ବତନ ନଗର ସଭାପତି ଶ୍ରୀ ପ୍ରେମ ପଣ୍ଡା , ଗୁଣପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ଶିଶିର ଗମାଙ୍ଗ , ରାୟଗଡ଼ା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ବସନ୍ତ ଉଲ୍ଲକା , ରାୟଗଡ଼ା ଜିଲ୍ଲା ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାସ , ଜଗନ୍ନାଥପୁର ମଣ୍ଡଳ ସଭାପତି ଶ୍ରୀ ପୃଥିବୀରାଜ ପାଢ଼ୀ , ଜଗନ୍ନାଥପୁର ମଣ୍ଡଳ ଉପ ସଭାପତି ଶ୍ରୀ ଅମର କୁମାର ସାହୁ , ଗୁଣପୁର ନଗର ସାଧାରଣ ସମ୍ପାଦକ ଶ୍ରୀ ଭଗବାନ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ l