କାଳୁପଡ଼ା: ଦେବୀ ପୀଠରେ ଦଶହରା

କାଳୁପଡ଼ା,୨୪।୧୦: ଆଶ୍ୱିନ ମାସ ପାର୍ବଣ ଋତୁରେ କରୁଣା ମୟୀ ମା ପାପନାଶିନୀ ଦୁର୍ଗାଙ୍କ ଧରା ବତାରଣରେ ପୁଲକିତ ହୋଇଛି ଧରିତ୍ରୀ ।ସତେ ଯେମିତିକି ଏ କରୋନା ମହାମାରୀକୁ ଧ୍ବଂସ କରିବା ପାଇଁ ମା ଦୁର୍ଗା ବିଭିନ୍ନ ସ୍ଥାନରେ ବିଭିନ୍ନ ବେଶରେ ଏ ମହିଷାସୁର ରୂପୀ କରୋନା ରୋଗକୁ ନିପାତ କରିବାକୁ ମା ଆସିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧୀନସ୍ଥ କାଳୁପଡ଼ା ଘାଟ ଅଞ୍ଚଳର ବରୁଣ ପଡ଼ା ଗ୍ରାମରେ କାହିଁ କେତେ ବର୍ଷରୁ ପାଳିତ ହେଉଛି। ତନ୍ତ୍ର ମନ୍ତ୍ରର ସାଧନା ପୂଜା,ମା ପାର୍ବତୀ ମନ୍ଦିର ପରିସରରେ କରୋନା କଟକଣା ଜାରି ହେତୁ ନିରାଡ଼ମ୍ବର ନହେଲେ ବି ନିଷ୍ଠାର ସହ ପାଳନ ହେଉଛି ଦଶହରା ପର୍ବାଯାନୀ ଯାତ୍ରା ନହେଲେ ବି ଗ୍ରାମର ଗ୍ରାମବାସୀଙ୍କ ତରଫରୁ ଘରେ ରହି ଏ ଉତକଲୀୟ ସଂସ୍କୃତି କୁ ହରିବୋଲ ହୁଳହୁଳି ସାଙ୍ଗକୁ ପାରମ୍ପରିକ ବାଦ୍ୟ ସହ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଇ ପାଳନ ହେଉଛି ଦଶହରା ପର୍ବ।