ବାଣପୁର,୨୦।୧୦: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମର ବରୁଣେଇ ସେବା ସଂଘ ଓ ନେହେରୁ ଯୁବା କେନ୍ଦ୍ର ସଂଗଠନ (ଖୋର୍ଦ୍ଧା) ତରଫରୁ ଏକ କରୋନା ଜନ ଆନ୍ଦୋଳନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ସଚେତନତା କାର୍ଯ୍ୟକ୍ରମ କରିବା ସହ ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା, କୋଭିଡ୍ ଗାଇଡ୍ ଲାଇନ୍ ମାନିବା, ମାସ୍କ ଓ ସାନିଟାଇଜ୍ ବ୍ଯବହାର, ସାବୁନ୍ ଦ୍ବାରା ଭଲକରି ହାତ ଧୋଇବା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା । ଆଗକୁ ମଧ୍ୟ ସଂଘ ନେତୃତ୍ବରେ କରୋନା ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସଂଘ ତରଫରୁ ଜଣାପଡିଛି । ନେହେରୁ ଯୁବା କେନ୍ଦ୍ର ସଂଗଠନ, ଖୋର୍ଦ୍ଧାର ଜାତୀୟ ଯୁବ ସ୍ଵେଚ୍ଛାସେବୀ ବିରେନ୍ଦ୍ର କୁମାର ବେହେରା, ସୁନୀତା ସୁବୁଦ୍ଧି , ଯୁବକ ସଂଘର ସମ୍ପାଦକ ସୌମ୍ୟରଞ୍ଜନ ପଣ୍ଡା ସମେତ ଗ୍ରାମର ଯୁବକ ମାନଙ୍କ ଦ୍ଵାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।