ବାଣପୁର: ମା ଭଗବତୀଙ୍କ ମନ୍ଦିର ପ୍ରାଙ୍ଗଣ ଦୁଃଷିତ ପରିବେଶ ନିନ୍ଦନୀୟ

ବାଣପୁର,୨୦/୧୦: ଖୋର୍ଦ୍ଧା ଜିଲ୍ଲା ବାଣପୁର ମା ଭଗବତୀଙ୍କ ମନ୍ଦିରର ନାମ ବିଖ୍ୟାତ ଓ ଐତିହାସିକ ହୋଇଥିଲା ବେଳେ ଏହା ଶ୍ରୀ ଶ୍ରୀ ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ ଦ୍ୱାରା ପରିଚାଳିତ । ଏହି ସ୍ଥାନଟି ଏକ ପରିଭ୍ରମଣ ସ୍ଥଳିର ମାନ୍ୟତା ପାଇଛି । ଏଠାରେ ଦୁଃଷିତ ପରିବେଶ, ନିତି ଭୋଗରାଗର ମାନ, କାର୍ଯ୍ୟାଳୟ ଅଧିକାରୀଙ୍କ ପରିଚାଳନା ଇତ୍ୟାଦି ସତେ ଯେମିତି ଭକ୍ତ ମାନଙ୍କୁ ଶକ୍ତ ଆଘାତ ଦେଉଛି । ଏହି ମନ୍ଦିର ପ୍ରାଙ୍ଗଣଟି ସାଇକେଲ ଓ ମଟର ସାଇକେଲ ପାର୍କିଂ ଷ୍ଟାଣ୍ଡ ପାଲଟି ଯାଇଥିବା ବେଳେ ବୁଲା ଗାଇ ଗୋରୁ ଓ କୁକୁର ମାନଙ୍କର ଅବାଧ ପ୍ରବେଶ ଦୈନିକ ଆଧ୍ୟାତ୍ମିକ ପରିବେଶକୁ ନଷ୍ଟ କରିଦେଉଛି । ବର୍ତ୍ତମାନ ମାଙ୍କ ଆଶ୍ଵିନ ପାର୍ବଣ ଚାଲିଥବା ବେଳେ ମଧ୍ୟ କୁକୁର ଓ ଗାଈଙ୍କ ଅବାଧ ପ୍ରବେଶ ପ୍ରତି ଏଣ୍ଡାଓମେଣ୍ଟର ଦ୍ରୁଷ୍ଟି ଦେଉ ନଥିବାରୁ ଭକ୍ତଙ୍କ ଭାବନାକୁ ଆଘାତ ଦେଉଛି ।

ମାଙ୍କ ମନ୍ଦିର ପରିଚାଳନା ପାଇଁ କୌଣସି ସମ୍ଫତ୍ତିର ଅଭାବ ନଥିବା ବେଳେ ଏଠିକାର ମୁଆଁ, ଶଙ୍ଖୁଡି, ନିଶଙ୍ଖୁଡି ଭୋଗ ଇତ୍ୟାଦିର ମାନ ଅତି କଦର୍ଯ୍ୟ ସ୍ଥିତିରେ ପହଞ୍ଚିଛି । ଏହି ପ୍ରକାର ଭୋଗରାଗ ମଣିଷମାନଙ୍କୁ ରୁଚିକର ହେଉନଥିବା ବେଳେ ତାହା କିପରି ମାଙ୍କୁ ଅର୍ପଣ କରାଯାଉଛି ? ମନ୍ଦିର ପରିବେଶ ଅଳିଆ ଆବର୍ଜନା ହେଉଥିବା ବେଳେ ସଫେଇ ବ୍ୟବସ୍ଥାର ଅଭାବରେ ଦୁର୍ଗନ୍ଧ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି ।

ଏଠାକୁ ବହୁ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଏଠାରେ ଶୌଚାଳୟର ଅବ୍ୟବସ୍ଥା ସାଧାରଣଙ୍କୁ ଅସୁବିଧାରେ ପକାଉଛି । ଏହି ଅଞ୍ଚଳକୁ ବାହାରୁ ଆସୁଥିବା ଭକ୍ତ ମାନଙ୍କ ଗାଡି ରଖିବା ପାଇଁ କୌଣସି ପାର୍କିଂ ବ୍ୟବସ୍ଥା କରାନଯାଇ ଏଠିକାର ଲୋକାଲ ପିଲାମାନେ ବାଣପୁର ଏନ.ଏ.ସି ନାମରେ ଜୋରଜୁଲୁମ କରି ପାର୍କିଂ ଫି ଆଦାୟ କରାଯାଉ ଥିବାର ଅନେକ ସମୟରେ ଅଭିଯୋଗ ହୁଏ । କରୋନା ପାଇଁ ସାରା ଦେଶରେ ମନ୍ଦିର ବନ୍ଦ ଥିବାବେଳେ ଏବେ କରୋନା କଟକଣା ସରକାର କୋହଳ କରିଥିବାରୁ ମନ୍ଦିର ଭକ୍ତଙ୍କ ପାଇଁ ଶିଘ୍ର ଖୋଲିବାର ସମ୍ଭାବନା ଦେଖା ଦେଇଛି ଏପରି ସ୍ଥଳେ ମନ୍ଦିର ଖୋଲିବା ପୂର୍ବରୁ ପ୍ରଶାସନ ଏମିତି ଅନେକ ଅସୁବିଧାକୁ ସୁଧାରି ସୁବିଧା କରାଗଲେ ଏଠାକୁ ଆସୁଥିବା ପରିଭ୍ରମଣକାରୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ଆଉ କମିବ ନାହିଁ । ଏହିପରି ସମସ୍ୟାର ସମାଧାନ କରାନଗଲେ ଏହାର ପ୍ରତିବାଦରେ ଜନଆନ୍ଦୋଳନ ହେବାକଥା ଶୁଣିବାକୁ ମିଳୁଛି ।